ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରା ଏବଂ ଭାରତୀୟ ହକି ଦଳର ଗୋଲକିପର ଶ୍ରୀଜେଶ କୌନ ବନେଗା କରୋଡ଼ପତି ସୋ (କେବିସି ୧୩) ରେ ଯୋଗ ଦେଇଥିଲେ। ଅମିତାଭ ବଚ୍ଚନ ଉଭୟ ଚାମ୍ପିୟନ ଖେଳାଳିଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିବାଦନ ଜଣାଇଥିଲେ। ସୋରେ ନୀରଜ ଚୋପ୍ରା ଏବଂ ଶ୍ରୀଜେଶଙ୍କର ପଦକ ଜିତିଥିବା ମୁହୂର୍ତ୍ତଗୁଡ଼ିକ ଏକ ଭିଡିଓରେ ପ୍ରଦର୍ଶିତ ହୋଇଥିଲା। ଯାହାକୁ ଦେଖିବା ପରେ ଅମିତାଭ ବଚ୍ଚନ ଭାବପ୍ରବଣ ହୋଇଯାଇଥିଲେ ।
ଅମିତାଭ ବଚ୍ଚନ ଭାବପ୍ରବଣ ହୋଇ ସେଟ ଛାଡି ଚାଲିଯାଇଥିଲେ । କିଛି ସମୟ ପରେ ଅମିତାଭ ବଚ୍ଚନ ଏକ ହକି ଏବଂ ବର୍ଚ୍ଛା ନେଇ ଫେରିଥିଲେ ଯେଉଁଥିରେ ସେ ନୀରଜ ଚୋପ୍ରା ଏବଂ ଶ୍ରୀଜେଶଙ୍କ ଅଟୋଗ୍ରାଫ ନେଇଥିଲେ। ଏହା ପରେ ଶ୍ରୀଜେଶ ଅମିତାଭଙ୍କୁ ସମଗ୍ର ଭାରତୀୟ ହକି ଦଳର ଅଟୋଗ୍ରାଫ୍ ସହିତ ସୁସଜ୍ଜିତ ଜର୍ସି ଉପସ୍ଥାପନ କରିଥିଲେ। ଏହି ଶୋ’ରେ ଶ୍ରୀଜେଶ ଏବଂ ନୀରଜ ଚୋପ୍ରା ଅମିତାଭଙ୍କୁ ପଦକ ଜିତିବା ପୂର୍ବରୁ ସମ୍ମୁଖୀନ ହୋଇଥିବା ଅସୁବିଧା ସମ୍ପର୍କ ବିଷୟରେ କହିଥିଲେ।