ବଲିଉଡ ଜଗତକୁ ଆଉ ଏକ ଝଟକା, ପୁଣି ଜଣେ ଅଭିନେତା ଗୁରୁତର ଅସୁସ୍ଥ ।

ପୁଣି ବଲିଉଡ ଜଗତକୁ ଦୁଃଖ ସମୟର କଳା ବାଦଲ ଘେରିଯାଇଛି । ବଲିଉଡ ଅଭିନେତା ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ତାଙ୍କର ଆସୁ ଆରୋଗ୍ୟ କାମନା କରୁଛନ୍ତି ସମସ୍ତ ବଲିଉଡ କଳାକାର ମାନେ । କିଏ ମନ୍ଦିରରେ ତାଙ୍କ ଆରୋଗ୍ୟ କାମନା କରି ପୂଜା କଲାଣି ତ , ଆଉ କିଏ ଦୀପ ଜାଳୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସୁପରହିଟ୍ ମ୍ୟୁଜିକାଲ ଡ୍ରାମା ପିଲ୍ମ ‘ଆଶିକି’ର ଅଭିନେତା ରାହୁଲ ରାୟଙ୍କୁ ବ୍ରେନ ଷ୍ଟ୍ରୋକ୍ ହୋଇଥିବା ସୂଚନା ମିଳିଛି ।

ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ବର୍ତ୍ତି କରାଯାଇଛି । ଶ୍ରୀନଗରର କାରଗିଲରେ ଫିଲ୍ମ ସୁଟିଂ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ଫିଲ୍ମ ସୁଟିଂ ଚାଲିଥିବା ବେଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି ଏବଂ ତାଙ୍କୁ ଆଇସିୟୁରେ ରଖାଯାଇଛି ।

ଡାକ୍ତରଙ୍କ କହିବା ଅନୁଯାୟୀ ରାହୁଲଙ୍କ ମୁଣ୍ଡର ବାମ ପାର୍ଶ୍ବରେ ଶକ୍ତ ଆଘାତ ଲାଗିବା କାରଣରୁ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ହୋଇଯାଇଛି । ତାଙ୍କୁ ଠିକ ହେବା ପାଇଁ ସମୟ ଲାଗିବ । ଶ୍ରୀନଗରରେ ବହୁତ ଉଚ୍ଚା ସ୍ଥାନରେ ଫିଲ୍ମ ସୁଟିଂ ହେଉଥିଲା । ବହୁତ ଉଚ୍ଚା ସ୍ଥାନ ହୋଇଥିବାରୁ ଅମ୍ଳଜାନ କମ ଥିଲା ଏବଂ ସୁଟିଂ ପାଇଁ ଯାଇଥିବା ଟିମକୁ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଦେଖାଯାଇଥିଲା । ଏହି କାରଣରୁ ରାହୁଲଙ୍କ ବ୍ରେନ ଷ୍ଟ୍ରୋକ୍ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

୧୯୯୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଆଶିକି ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେହି ଫିଲ୍ମ ମାଧ୍ୟମରେ ରାହୁଲଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା । ଏହା ପରେ କାଙ୍କ ନିକଟକୁ ଫିଲ୍ମର ଲମ୍ବା ଅଫର ଆସିଥିଲା । ସେ ମୋଟ ୪୭ ଫିଲ୍ମ ସାଇନ୍ କରିଥିଲେ ଯେଉଁଥିରୁ ୧୯ ଟି ଫିଲ୍ମ ସୁପରହିଟ ହୋଇଥିଲା

କିନ୍ତୁ ବଲିଉଡରେ ଧିରେ ଧିରେ ତାଙ୍କର ଦବଦବା ଫିକା ପଡିଯାଇଥିଲା । ଫିଲ୍ମ ନମିଳିବାରୁ ସେ ଅଷ୍ଟେ୍ରଲିଆ ଚାଲିଯାଇଥିଲେ । ରାହୁଲ ରାୟଙ୍କୁ ଦର୍ଶକ ଏକ ରକମ ଭୁଲି ଯାଇଥିଲେ । ବିଗ୍ ବସ୍ ପୁଣି ତାଙ୍କୁ ଲୋକ ଲୋଚନକୁ ଆଣିଥିଲା । ସମସ୍ତ ଅଭିନେତା ମାନେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ 2020 ମସିହା ସମସ୍ତଙ୍କ ପାଇଁ ଏକ କାଳର ସମୟ ଥିଲା । ଆମେ ଏହି ସତ୍ୟକୁ ମାନି ନେବା ଉଚିତ ।