Odia

ଜସଲିନ୍ ଙ୍କ ସହ ଅନୁପ ଜଲୋଟା : ଭାଇରାଲ୍ ହେଉଛି ଫଟୋ

ନୂଆଦିଲ୍ଲୀ: ବିଗ୍ ବସ୍ ଚେହେରା ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ତାଙ୍କ ଶିଷ୍ୟା ଜସଲିନ୍ ମଥାରୁ ପୁଣି ଥରେ ଚର୍ଚ୍ଚାରେ । ଗୁରୁ-ଶିଷ୍ୟା ଯୋଡି ଖୁବ୍ ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ । ଅନୁପ ଜଲୋଟା ଏବଂ ଜସଲିନ୍ ମଥାରୁ ସେମାନଙ୍କ ଆଗାମୀ ଚଳଚ୍ଚିତ୍ର ‘ ୱୋ ମେରୀ ଷ୍ଟୁଡେଣ୍ଟ ହେ ‘ ରେ ନଜର ଆସିବେ । ଏବେ ଦୁହେଁ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ରହୁଛନ୍ତି । ଏଥି ସହିତ, ‘ ୱୋ ମେରୀ ଷ୍ଟୁଡେଣ୍ଟ ହେ ‘ ଚଳଚ୍ଚିତ୍ରରୁ ଉଭୟ ତାରକାଙ୍କ ଲୁକ୍ ର ଅନେକ ଫଟୋ କ୍ରମାଗତ ଭାବରେ ପ୍ରକାଶ ପାଉଛି ଯେଉଁଥିରେ ସେମାନେ ଭିନ୍ନ ଭିନ୍ନ ଷ୍ଟାଇଲ ରେ ଫଟୋରେ ପୋଜ ଦେଇଛନ୍ତି ।

ଭଜନ ଗାୟକ-ଅଭିନେତା ଅନୁପ ଜଲୋଟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତ୍ରୀ ଜସଲିନ ମଥାରୁଙ୍କ ସହ ଏକ ନୂଆ ଫଟୋ ସେୟାର କରିଛନ୍ତି |ଏହି ଫଟୋରେ ଉଭୟ ଗ୍ଲାମରସ୍ ପୋଷାକରେ ଦେଖାଯାଆନ୍ତି ।

ଉଭୟ ତାରକା ସେମାନଙ୍କ ଫିଲ୍ମ ‘ ୱୋ ମେରୀ ଷ୍ଟୁଡେଣ୍ଟ ହେ ‘ ର ସୁଟିଂ ଶେଷ କରିବା ପରେ ଏକାଠି ପୋଜ୍ କରୁଛନ୍ତି । ଗୋଟିଏ ଫଟୋରେ ଅନୁପ ଜଲୋଟାଙ୍କ ଷ୍ଟାଇଲ ଜଣେ ରାପରଙ୍କ ତୁଳନାରେ କମ୍ ନୁହେଁ । ଚିତ୍ରରେ ଭଜନ ସମ୍ରାଟ ଅନୁପ ଜାଲୋଟା, ଗାୟକ ବାପି ଲାହିରି ଏବଂ ରେପର୍ ହନି ସିଂ ପ୍ରତିଯୋଗୀତା କରୁଥିବା ଦେଖିବାକୁ ମିଳିଛି ।

ଅନୁପ ଜାଲୋଟା ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଚିତ୍ର ସେୟାର କରିଛନ୍ତି । ଏହି ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏରେ ସେ ଜସଲିନ୍ ମଥାରୁଙ୍କ ସହ ନଜର ଆସିଛନ୍ତି । ତେବେ ଦ୍ୱିତୀୟ ଫଟୋରେ ସେ ରାପର ଷ୍ଟାଇଲରେ ଚେୟାରରେ ବସିଥିବାର ନଜର ଆସିଛନ୍ତି । ତାଙ୍କ ଚାରିପାଖରେ ଅନେକ ନୃତ୍ୟଶିଳ୍ପୀ ଅଛନ୍ତି ।

ଏହି ଫଟୋଗୁଡ଼ିକୁ ସେୟାର କରିବା ସହିତ ଅନୁପ ଜାଲୋଟା କ୍ୟାପସନରେ ଲେଖିଛନ୍ତି, ରାପ ଗୀତ ସହିତ ମୋର ଆଗାମୀ ଚଳଚ୍ଚିତ୍ର ‘ ୱୋ ମେରୀ ଷ୍ଟୁଡେଣ୍ଟ ହେ ‘ ର ସୁଟିଂ ଶେଷ ହୋଇଛି । ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମରେ ବର୍ତ୍ତମାନ ମୋ ସହିତ ନାଚିବାକୁ ପ୍ରସ୍ତୁତ ହୁଅ !!

ଅନୁପ ଜାଲୋଟା ଏବଂ ଜସଲିନ୍ ମାଥାରୁଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଉପରେ ତାଙ୍କର ପ୍ରଶଂସକମାନେ ଅନେକ ମନ୍ତବ୍ୟ ଦେଉଛନ୍ତି ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close