ଭୁବନେଶ୍ୱର: ପୃଥିବୀ ଆଡକୁ ମାଡି ଆସୁଛି ବିପଦ । ଯଦି ପୃଥିବୀ ଉଲକାପିଣ୍ଡ ସହ ଧକ୍କା ହୁଏ, ତେବେ ମଣିଷ ଦୁନିଆରୁ ଶେଷ ହୋଇପାରେ । ନାସା ଏହି ଉଲକାପିଣ୍ଡ କୁ ୧୩୮୯୭୧ (2001 CB21) ଭାବରେ ନାମିତ କରିଛି । ସେ ଏହାକୁ ସମ୍ଭାବ୍ୟ ବିପଦ ବୋଲି କହିଛନ୍ତି। ହିସାବ ଅନୁଯାୟୀ, ଯଦି ଏହି ଉଲକାପିଣ୍ଡ ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ବିନାଶ ଆଣିପାରେ । ତଥାପି, ଏହାର ସମ୍ଭାବନା ବହୁତ କମ୍ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ଜାତୀୟ ଗଣମାଧ୍ୟମରେ ପ୍ରକଶ ପାଇଥିବା ଏକ ଖବର ଅନୁଯାୟୀ, ଏହି ଉଲକାପିଣ୍ଡ ମାର୍ଚ୍ଚ ୪ ରେ ସକାଳ ୭.୫୯ ମିନିଟ ରେ ପୃଥିବୀ ନିକଟରେ ଯିବ। ଏହି ଉଲକାପିଣ୍ଡ ର ଆକାର ବିଶ୍ୱର ସବୁଠୁ ବଡ କୋଠା ବୁର୍ଜ ଖଲିଫା ଠାରୁ ବହୁତ ବଡ। ଏହାର ଆକାର ପ୍ରାୟ ୭୨ ମହଲା କୋଠା ଠାରୁ ବଡ ଅଟେ । ହେଲେ ଏହା ଚନ୍ଦ୍ର ତୁଳନାରେ ପୃଥିବୀ ଠାରୁ ଚାରି ଗୁଣ ଅଧିକ ଦୂରତା ଅତିକ୍ରମ କରିବ ।
ବୈଜ୍ଞାନିକ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏତେ ବଡ ଉଲକାପିଣ୍ଡ ଦେଖାଯାଇ ନାହିଁ, ଏହାକୁ ବୈଜ୍ଞାନିକମାନେ ଫେବୃଆରୀ ୨୦୦୧ ରେ ଦେଖିଥିଲେ । ସେବେଠାରୁ ଏହାକୁ ତଦାରଖ କରାଯାଉଥିଲା। ବର୍ତ୍ତମାନ ମାର୍ଚ୍ଚ ୪ ରେ ଏହା ପୃଥିବୀ ନିକଟରେ ଅତିକ୍ରମ କରିବ ଏହି ଉଲକାପିଣ୍ଡ ।