ଭୁବନେଶ୍ୱର: ଫେଲ ମାରିଲା ବାପା-ପୁଅଙ୍କ ଚାଲ । ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟିବା ପ୍ଲାନ ଶେଷରେ ଫସର ଫାଟିଯାଇଛି । ଟଙ୍କା ଲୁଟିବା ପୂର୍ବରୁ ପୋଲିସ ଉଭୟଙ୍କୁ ଧରିବାରେ ସଫଳ ହୋଇଛି । ଥାନାରେ ଏନେଇ ଏକ ମାମଲା ରୁଜୁ କରି ଉଭୟ ବାପା-ପୁଅଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ତେବେ ଘଟଣାଟି ହେଉଛି ସୋମବାର ବିଳମ୍ବିତ ରାତ୍ରିର । ଭୁବନେଶ୍ୱର ସିରିପୁର (ୟୁନିଟ -୮) ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଏଟିଏମ ମଧ୍ୟରେ ଗ୍ୟାସ କଟର ଦ୍ୱାରା ମେସିନକୁ କାଟି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଥିଲେ ବାପା- ପୁଅ । ହେଲେ ଠିକ ଏହି ସମୟରେ ସ୍ଥାନୀୟ ଲୋକ ଏଟିଏମ ଭିତରେ ଗ୍ୟାସର ନିଆଁ ଦେଖି ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଁଛି ଏଟିଏମ ଭିତରୁ ଦୁଇ ଜଣକୁ କାବୁ କରିଥିଲା। ଘଟଣାସ୍ଥଳରୁ ପୋଲିସ ସେମାନଙ୍କ ଠାରୁ ଗ୍ୟାସ ସିଲିଣ୍ଡର, ଲୁହା ରଡ଼, ଇତ୍ୟାଦି ଜବତ କରିଛି । ଏହି ଦୁଇ ଅଭିଯୁକ୍ତ ସମ୍ପର୍କରେ ବାପ-ପୁଅ ଏବଂ ସେମାନେ କନ୍ଧମାଳର ବାସିନ୍ଦା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ହେଲେ ଏମାନେ ସ୍ଥାନୀୟ ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ । ପୋଲିସ ଉଭୟଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରି ବାପା-ପୁଅଙ୍କୁ କୋର୍ଟ ଚାଲାଣ କରିଛି।