ଆସିଲା ଅଗଷ୍ଟ ଗାଇଡଲାଇନ୍: ଖୋଲିବ ମଲ ଆଉ ହଲ, ଜାରି ରହିବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର : ଅଗଷ୍ଟ ପାଇଁ ଆସିଲା ନୂଆ ଗାଇଡଲାଇନ୍ । ନୂଆ ଗାଇଡଲାଇନ ସମ୍ପର୍କରେ ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ କମିସନର । ଅଗଷ୍ଟ ମାସରେ ରାଜ୍ୟରେ ଜାରି ରହିବ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ସହ ଭୁବନେଶ୍ୱର, କଟକ, ପୁରୀ ସହରରେ ସପ୍ତାହନ୍ତ ସଟଡାଉନ୍ ଜାରିରହିବ ।

ସୀମିତ ସଂଖ୍ୟାରେ ମଲ୍‌, ହଲ, ରେସ୍ତୋରାଁ ଓ ପାର୍କ ଖୋଲିବା ନେଇ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟସରକାର । ରାଜ୍ୟରେ କୋଭିଡ କଟକଣା ସହ ଖୋଲିବ ସବୁ ଆହାର କେନ୍ଦ୍ର । ଆହାର କେନ୍ଦ୍ରରେ ବସି ଖାଇପାରିବେ ଲୋକେ । ଏହି କଟକଣା ସମୟରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ।

ଜୀବନ-ଜୀବିକା ସମନ୍ୱୟ ପାଇଁ ଧୀରେ ଧୀରେ ଅନ୍‌ଲକ୍ ହେଉଛି । ମେ’୫ରୁ ଆରମ୍ଭ ହୋଇଥିବା ଲକ୍‌ଡାଉନରୁ ସୁଫଳ ମିଳିଛି । ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି । ଆମ ରାଜ୍ୟର ୨୭ ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ନଗନ୍ୟ ଅଛି ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ।

Pradeep Kumar Jena, SRC, Odisha