Odia

ହାତୀ ଉପରେ ଯୋଗ କରୁଥିବା ବେଳେ ଖସିପଡ଼ିଲେ ବାବା ରାମଦେବ, ଭିଡିଓ ଭାଇରଲ

ମଥୁରା: ହାତୀ ଉପରେ ବସି ଯୋଗ ଅଭ୍ୟାସ କରିବା ଯୋଗ ଗୁରୁ ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଛି । ହାତୀ ପିଠିରେ ବସି ଯୋଗ କରୁଥିବା ବେଳେ ସେ ହଠାତ୍ ତଳେ ପଡ଼ିଯାଇଥିଲେ । ଏବେ ସେହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୨୨ ସେକେଣ୍ଡର ଏହି ଭିଡିଓଟି ମଥୁରାର ରାମଣରେତି ଆଶ୍ରମର ବୋଲି କୁହାଯାଉଛି ।

ସେଠାରେ ଥିବା ସାଧୁମାନଙ୍କୁ ଯୋଗ ଶିକ୍ଷା ଦେବାକୁ ବାବା ରାମଦେବ ଆସିଥିଲେ । ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରୁ ଏକ ମଜାଦାର କ୍ୟାପସନ୍ ସହିତ ଏହି ଭିଡିଓ ସେୟାର କରିଛନ୍ତି ।ଏହି ଭାଇରାଲ୍ ଭିଡିଓରେ ବାବା ରାମଦେବ ଏକ ହାତୀ ଉପରେ ଯୋଗ କରୁଥିବା ନଜର ଆସିଛନ୍ତି ।

ଆରମ୍ଭରେ ସବୁ କିଛି ଠିକ୍ ଦେଖାଯାଉଛି, କିନ୍ତୁ ହଠାତ୍ ହାତୀ ଉପରେ ବସି ଯୋଗ କରୁଥିବା ବାବା ରାମଦେବଙ୍କ ଭାରସାମ୍ୟ ବିଗିଡି଼ଯାଉଛି ଓ ସେ ତଳେ ପଡ଼ିଯାଉଥିବା ଦେଖାଯାଉଛି । କୁହାଯାଉଛି ଯେ ଏହି ଦୁର୍ଘଟଣାରେ ବାବା ରାମଦେବ ଅଧିକ ଆଘାତ ପାଇନାହାଁନ୍ତି । ଭିଡିଓର ଶେଷ ସେକେଣ୍ଡରେ ବାବା ପଡ଼ିଯାଇ ପୁଣି ଠିଆ ହୋଇ ଚାଲି ଯାଉଥିବାର ଦେଖାଯାଉଛନ୍ତି ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close