ମୁମ୍ବାଇ: ‘ରାଧେ’ ଫିଲ୍ମକୁ ନେଇ ଖରାପ ରିଭ୍ୟୁ କାରଣରୁ କୋର୍ଟରେ ମାନହାନି ଅଭିଯୋଗ କରିଛନ୍ତି ବଲିଉଡ ଷ୍ଟାର ସଲମାନ ଖାନ |
ପ୍ରଶଂସା ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ପ୍ରଶଂସା ଯଦି ନିନ୍ଦାରେ ପରିଣତ ହୁଏ ତାହେଲେ କଥା ସରିଲା | ନିନ୍ଦା କଥା ଛାଡ଼ନ୍ତୁ ଯଦି ପ୍ରଶଂସା ମନକୁ ବି ନ ଗଲା ତାହେଲେ ମନ୍ତବ୍ୟ ଦେଇଥିବା ଲୋକେ କେତେକ ଜାଗାରେ ଫସିଯାଇଛନ୍ତି ମଧ୍ୟ | ଫିଲ୍ମ ‘ରାଧେ’କୁ ନେଇ ଜଣେ ବ୍ୟକ୍ତି ଖରାପ ରିଭ୍ୟୁ ଦେଇଥିଲେ ଯାହାପାଇଁ ବଲିଉଡ ଷ୍ଟାର ସଲମାନ ତାଙ୍କ ବିରୋଧରେ କୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି |
ଇଦ୍ ଅବସରରେ ରିଲିଜ ହୋଇଥିଲା ସଲମାନ ଅଭିନୀତ ଫିଲ୍ମ ‘ରାଧେ’ | ଏହି ଫିଲ୍ମ କୁ ନେଇ ଜଣେ ବ୍ୟକ୍ତି କମାଲ ଆର ଖାନ୍ ଖରାପ ରିଭ୍ୟୁ ଦେଇଥିଲା | ଆଉ ଏଥିପାଇଁ ରାଗିଗଲେ ବଲିଉଡର ଭାଇଜାନ ସଲମାନ ଖାନ | ନିଜ ଓକିଲଙ୍କ ସହ ପରାମର୍ଶ କରି କୋର୍ଟର ଦ୍ୱାରସ୍ଥ ହେଲେ ଆଉ ମନ୍ତବ୍ୟ ଦେଇଥିଲା ବ୍ୟକ୍ତିଙ୍କ ନାଁରେ ମାନହାନି ଅଭିଯୋଗ କଲେ ସଲମାନ | ଆସନ୍ତା କାଲି ଅର୍ଥାତ
ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ |
ସେପଟେ କମାଲ ଆର୍ ଖାନ୍ ଏହି ଘଟଣାକୁ ନେଇ ଟୁଇଟରରେ ପ୍ରତିକ୍ରିୟା ଦେଇଛନ୍ତି | ସେ ଲେଖିଛନ୍ତି, “ଡିଅର୍ ସଲମାନ ଖାନ୍, ଏହି ମାନହାନି କେସ୍ ଆପଣଙ୍କ ହାତାଶ ଏବଂ ନିରାଶ ହେବାର ପ୍ରମାଣ | ମୁଁ ମୋ ଫଲୋଅର୍ସଙ୍କ ପାଇଁ ରିଭ୍ୟୁ କରେ | ମୋତେ ଆପଣଙ୍କ ଫିଲ୍ମ ରିଭ୍ୟୁ କରିବା ପାଇଁ ବାରଣ କରିବା ବଦଳରେ ଆପଣ କିଛି ଭଲ ଫିଲ୍ମ ତିଆରି କରନ୍ତୁ | ସତ୍ୟ ପାଇଁ ମୋର ଲଢ଼େଇ ଜାରି ରହିବ |”