ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ଏପରି ଏକ ଷ୍ଟକ୍ ବିଷୟରେ କହୁଛୁ ଯାହାକି ନିବେଶକଙ୍କୁ କୋଟିପତି କରିଦେଇଛି । ଏହି ମଲ୍ଟିବ୍ୟାଗର୍ ଷ୍ଟକ୍ ର ନାମ ହେଉଛି ବଜାଜ ଫାଇନାନ୍ସ ।
ବଜାଜ ଗ୍ରୁପ୍ ର ଏହି ଷ୍ଟକ୍ ୧୧ ଫେବୃଆରୀ ୨୦୧୦ ରେ NSE ରେ ୨୯.୧୮ ଟଙ୍କା ଥିଲା ଯାହାକି ୪ ଫେବୃଆରୀ ୨୦୨୨ ରେ ଏହା ୭,୧୪୮ ଟଙ୍କାକୁ ବୃଦ୍ଧି ପାଇଛି । ପ୍ରାୟ ୧୨ ବର୍ଷ ମଧ୍ୟରେ ଏହି ଷ୍ଟକ୍ ନିବେଶକଙ୍କୁ ୨୪,୪୦୦ ପ୍ରତିଶତ ରିଟର୍ଣ୍ଣ ଦେଇଛି ।
ଗତ ୧ ବର୍ଷ ମଧ୍ୟରେ ଏହି ସେୟାର ମୂଲ୍ୟ ପ୍ରାୟ ୫,୫୦୦ ରୁ ୭,୧୪୮ ଟଙ୍କାକୁ ବୃଦ୍ଧି ପାଇଛି । ଗତ ୫ ବର୍ଷ ମଧ୍ୟରେ ବଜାଜ ଫାଇନାନ୍ସର ସେୟାର ୧,୦୯୦ ରୁ ୭,୧୪୮ ଟଙ୍କାକୁ ବୃଦ୍ଧି ପାଇଛି।
ଯଦି ୧୨ ବର୍ଷ ପୂର୍ବେ ଜଣେ ନିବେଶକ ଏହି ମଲ୍ଟିବ୍ୟାଗର୍ ଷ୍ଟକ୍ ରେ ୧ ଲକ୍ଷ ବିନିଯୋଗ କରିଥାନ୍ତେ, ତେବେ ତାଙ୍କର ୧ ଲକ୍ଷ ଟଙ୍କା ଆଜି ୨.୪୫ କୋଟି ଟଙ୍କା ହୋଇଥାନ୍ତା ।