ଭୁବନେଶ୍ୱର: ଯଦି ଆପଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କ୍ୟାଲେଣ୍ଡରରେ ଦିଆଯାଇଥିବା ଛୁଟିଦିନକୁ ଦେଖନ୍ତି, ତେବେ ଜୁନ୍ ମାସରେ, ବିଭିନ୍ନ ରାଜ୍ୟରେ ଥିବା ବ୍ୟାଙ୍କଗୁଡିକ ମୋଟ ୧୨ ଦିନ ପାଇଁ ବନ୍ଦ ରହିବ।
ଯଦି ଆପଣ ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ନେଇ ବାହାରକୁ ଯିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଆସନ୍ତା ମାସରେ, ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକ ୧୨ ଦିନ ପାଇଁ ବନ୍ଦ ରହିବ । ହେଲେ ଓଡ଼ିଶାରେ ୮ ଦିନ ଛୁଟି ରହିବ। ଶନିବାର ଓ ରବିବାରକୁ ଛାଡି ଦେଲେ ସେଥିମଧ୍ୟରୁ ୨ ଦିନ ପହିଲି ରଜ ଏବଂ ରଜ ସଂକ୍ରାନ୍ତି ପାଇଁ ଛୁଟି ରହିବ । ଏପରି ପରିସ୍ଥିତିରେ, ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟିଦିନର ତାଲିକା ଯାଞ୍ଚ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ।
ଛୁଟିଦିନର ତାଲିକା
୫ ଜୁନ୍ ରବିବାର
ଜୁନ୍ ୧୧ ଦ୍ୱିତୀୟ ଶନିବାର
୧୨ ଜୁନ୍ ରବିବାର
ଜୁନ୍ ୧୪ ପହିଲି ରଜ
୧୫ ଜୁନ୍ ରଜ ସଙ୍କ୍ରାନ୍ତି
୧୯ ଜୁନ୍ ରବିବାର
୨୫ ଜୁନ୍ ଚତୁର୍ଥ ଶନିବାର
୨୬ ଜୁନ୍ ରବିବାର