ଭୁବନେଶ୍ୱର: ମେ ୨୦୨୨ ରେ ୮ ଦିନ ବ୍ୟାଙ୍କ ଛୁଟି ରହିବ । ମେ ମାସରେ ପଡୁଥିବା ଛୁଟିଦିନର ତାଲିକା ଆରବିଆଇ ଦ୍ୱାରା ପ୍ରକାଶିତ ହୋଇସାରିଛି । ଯଦି ଆପଣଙ୍କର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଛି, ତେବେ ଆଗୁଆ ଯୋଜନା କରନ୍ତୁ । ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟିଦିନର ତାଲିକା ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ ।
ମେ ମାସରେ ବ୍ୟାଙ୍କଗୁଡିକ ୧୩ ଦିନ ପାଇଁ ବନ୍ଦ ରହିବ । ଏହି ତାଲିକା ଦେଶ ତଥା ରାଜ୍ୟରେ ପାଳନ କରାଯାଉଥିବା ପର୍ବ ଉପରେ ଆଧାରିତ। ଦଖିବାକୁ ଗଲେ ପ୍ରାୟ ୮ ଦିନ ବନ୍ଦ ରହିବ ।
ବ୍ୟାଙ୍କ ଛୁଟିଦିନର ତାଲିକା
ମେ ୧ : ଶ୍ରମ ଦିବସ, ରବିବାର
ମେ ୩ : ଇଦ୍-ଉଲ୍-ଫିତର
୮ ମେ : ରବିବାର
୧୪ ମେ : ଦ୍ୱିତୀୟ ଶନିବାର
୧୫ ମେ : ରବିବାର
୨୨ ମେ : ରବିବାର
୨୮ ମେ : ଚତୁର୍ଥ ଶନିବାର
୨୯ ମେ : ରବିବାର