ନୂଆଦିଲ୍ଲୀ: ନୂତନ ମାସ ଅର୍ଥାତ୍ ସେପ୍ଟେମ୍ବର ମଙ୍ଗଳବାର ଠାରୁ ଆରମ୍ଭ ହେଉଛି । ଆସନ୍ତା ମାସରେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାମ ଅଛି, ତେବେ ଆପଣ ଜାଣିବା ଉଚିତ୍ ଯେ ଏହି ମାସରେ କେଉଁ ଦିନ ବ୍ୟାଙ୍କ ଖୋଲା ଏବଂ ବନ୍ଦ ରହିବ ।
ଯାହାକି ଆପଣଙ୍କ ପାଇଁ ସହଜ ହେବ । ସେପ୍ଟେମ୍ବର ମାସରେ ଅଧିକ ସାର୍ବଜନୀନ ଛୁଟି ନାହିଁ, କିନ୍ତୁ କେତେକ ସ୍ଥାନରେ ବିଭିନ୍ନ ପର୍ବ ପାଳନ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅନୁଯାୟୀ କେତେକ ସହରରେ ଛୁଟି ଥିବାରୁ ସେପ୍ଟେମ୍ବରରେ ବ୍ୟାଙ୍କ କିଛି ଦିନ ପାଇଁ ବନ୍ଦ ରହିବ । ତଥାପି, ଏହି ପର୍ବଗୁଡ଼ିକ ମଧ୍ୟରୁ କେତେକ କେବଳ ସ୍ୱତନ୍ତ୍ର ରାଜ୍ୟ ପାଳନ କରନ୍ତି ।
ଏହି ମାସରେ, କୌଣସି ଗେଜେଟେଡ୍ ଛୁଟି କିମ୍ବା ପର୍ବ ନାହିଁ, ଯେଉଁ କାରଣରୁ ସମଗ୍ର ଦେଶରେ ଛୁଟିଦିନ ଥାଏ । ଅବଶ୍ୟ ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ, ମହାଲୟ ଅମାବାସ୍ୟା ଏବଂ ଶ୍ରୀ ନାରାୟଣ ଗୁରୁ ସମାଦୀ ଦିବସ – ଏକରୁ ଅଧିକ ସ୍ଥାନ କିମ୍ବା ରାଜ୍ୟରେ ଛୁଟିଦିନ ହେବ ।
ଏମାନଙ୍କ ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ଦିନ ସାପ୍ତାହିକ ଛୁଟି ହେତୁ ବ୍ୟାଙ୍କଗୁଡିକ ମଧ୍ୟ ବନ୍ଦ ରହିବ । ଏହି ମାସରେ, ରବିବାର ହେତୁ ସେପ୍ଟେମ୍ବର ୬,୧୩, ୨୦ ଏବଂ ୨୭ ରେ ଦେଶର ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏଥି ସହିତ, ଯଥାକ୍ରମେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ହେତୁ ଯଥାକ୍ରମେ ୧୨ ଏବଂ ୨୬ ସେପ୍ଟେମ୍ବରରେ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ଛୁଟି ରହିବ।