ଭୁବନେଶ୍ୱର: ମାର୍ଚ୍ଚ ୨୦୨୨ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ କରିଛି। ଆରବିଆଇ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ, ମାର୍ଚ୍ଚ ୨୦୨୨ ରେ ବ୍ୟାଙ୍କଗୁଡିକ ୮ ଦିନ ପାଇଁ ବନ୍ଦ ରହିବ ।
ଛୁଟିଦିନର ତାଲିକା
ମାର୍ଚ୍ଚ ୧ ରେ ମହାଶିବରାତ୍ରି
୬ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି
୧୨ ମାର୍ଚ୍ଚ ମାସର ଦ୍ୱିତୀୟ ଶନିବାର
୧୩ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି
ମାର୍ଚ୍ଚ ୧୮ ରେ ହୋଲି
୨୦ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି
୨୬ ମାର୍ଚ୍ଚ ମାସର ଚତୁର୍ଥ ଶନିବାର
୨୭ ମାର୍ଚ୍ଚ ରବିବାର ସାପ୍ତାହିକ ଛୁଟି
ଦେଖିବାକୁ ଗଲେ ମାର୍ଚ୍ଚ ମାସରେ ମୋଟ ୧୩ ଦିନ ଛୁଟି ରହୁଛି । ହେଲେ ଏହି ଛୁଟିଦିନ ଗୁଡିକ ସମଗ୍ର ଦେଶରେ ଏକକାଳୀନ ପଡ଼ିବ ନାହିଁ, ଅର୍ଥାତ୍ ସମଗ୍ର ଦେଶରେ ୧୩ ଦିନ ପାଇଁ ବ୍ୟାଙ୍କଗୁଡିକ ବନ୍ଦ ରହିବ ନାହିଁ । ଆରବିଆଇ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକା ଅନୁଯାୟୀ ଏହି ଛୁଟିଦିନଗୁଡ଼ିକ ବିଭିନ୍ନ ରାଜ୍ୟରେ ଅଛି । ଆରବିଆଇ ଗାଇଡଲାଇନ ଅନୁଯାୟୀ, ରବିବାର ବ୍ୟତୀତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିଛି।