ଭୁବନେଶ୍ୱର: ଆପଣ କେବେ ଧ୍ୟାନ ଦେଇଛନ୍ତି କି ? ବିୟର ବୋତଲ ରଙ୍ଗ ସବୁଜ କିମ୍ବା ବାଦାମୀ କାହିଁକି ? ଏହି ଦୁଇଟି ରଙ୍ଗ ବ୍ୟତୀତ ଆପଣ କେବେ ଅନ୍ୟ ରଙ୍ଗର ବୋତଲରେ ବିୟର ଦେଖିଛନ୍ତି କି ?
ବିୟର ବୋତଲ ରଙ୍ଗ ସବୁଜ କିମ୍ବା ବାଦାମୀ ହେବା ପଛର ବଡ କାରଣ ରହିଛି । ବିୟର କମ୍ପାନୀମାନେ ପ୍ରଥମେ ବିୟରକୁ ଧଳା ବୋତଲରେ ପ୍ୟାକିଂ କରୁଥିଲେ। ପରେ ସେମାନେ ଦେଖିବାକୁ ପାଇଲେ ଯେ, ଧଳା ବୋତଲରେ ପ୍ୟାକ୍ ହୋଇଥିବା ବିୟରର ଏସିଡ୍ କୁ ସୂର୍ଯ୍ୟ କିରଣରୁ ବାହାରୁଥିବା ଅଲଟ୍ରା-ବାଇଗଣି ରଶ୍ମି ନଷ୍ଟ କରୁଛି । ଏହି କାରଣରୁ, ବିୟରଗୁଡିକ ଦୁର୍ଗନ୍ଧ ହେଉଥିଲା ଯାହାଫଳରେ ଲୋକମାନେ ଏହାକୁ ପିଇବାକୁ ଏତେ ପସନ୍ଦ କରୁନଥିଲେ।
ବିୟର ନିର୍ମାତାମାନେ ଏହି ସମସ୍ୟାର ସମାଧାନ ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ। ବିୟର ପାଇଁ ବାଦାମୀ ରଙ୍ଗର ବୋତଲକୁ ଚୟନ କଲେ। ଏହି କୌଶଳ ପରବର୍ତ୍ତୀ ସମୟରେ ଭଲ କାମ କରିଥିଲା । ଏହି ରଙ୍ଗର ବୋତଲରେ ରଖାଯାଇଥିବା ବିୟର ନଷ୍ଟ ହୋଇନଥିଲା, କାରଣ ସୂର୍ଯ୍ୟ କିରଣ ବାଦାମୀ ରଙ୍ଗର ବୋତଲ ଉପରେ ବିଶେଷ ପ୍ରଭାବ ପକାଇ ନଥିଲା ।
ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରାଉନ୍ ବୋତଲର ଦୁର୍ଭିକ୍ଷ ପଡିଲା । ଏହି ରଙ୍ଗର ବୋତଲ ମିଳିବା କଷ୍ଟକର ହୋଇଗଲା । ଏଭଳି ସ୍ଥିତିରେ, ବିୟର ନିର୍ମାତାମାନଙ୍କୁ ଏପରି ଏକ ରଙ୍ଗ ବାଛିବାକୁ ପଡୁଥିଲା, ଯାହାକି ସୂର୍ଯ୍ୟ କିରଣ ଦ୍ୱାରା ପ୍ରଭାବିତ ହେବ ନାହିଁ । ତା’ପରେ ବାଦାମୀ ରଙ୍ଗ ବଦଳରେ ସବୁଜ ରଙ୍ଗକୁ ଚୟନ କରାଯାଇଥିଲା । ସେବେଠାରୁ ବିୟର ସବୁଜ ବୋତଲରେ ଆସିବା ଆରମ୍ଭ କରିଥିଲା ।