ବଲିଉଡର ଅନେକ ଫିଲ୍ମ ଏବଂ ମ୍ୟୁଜିକ ଭିଡିଓରେ ନଜର ଆସିଥିବା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ପରଲୋକ ହୋଇଛି । କିଟୋ ଡାଏଟ ଯୋଗୁଁ ଦୁଇ କିଡନୀ ଫେଳ ହେବାରୁ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କ ପରିବାରରେ କେବଳ ତାଙ୍କ ମା’ ଏବଂ ଭାଇ ରହିଛନ୍ତି ।
ଖବର ମୁତାବକ, ଅଭିନେତ୍ରୀ ମିଷ୍ଟିଙ୍କ ଅବସ୍ଥା ଅନେକ ଦିନରୁ ଖରାପ ଥିଲା । ତାଙ୍କର ଦୁଇ କିଡନୀ ଖରାପ ହେବା ଯୋଗୁଁ ବହୁତ ଚିନ୍ତିତ ରହିଥିଲେ । ଅନେକ ଦିନ ଇଣ୍ଡଷ୍ଟ୍ରୀରେ କାମ କରିଥିଲେ। ୨୦୧୨ରେ ସେ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ସେ ଅନେକ ଆଇଟମ ଗୀତରେ ନଜର ଆସିଛନ୍ତି ।
କେବଳ ଏତିକି ନୁହେଁ ଅନେକ ମିଡିଆ କଣ୍ଟ୍ରୋଭର୍ସିରେ ମଧ୍ୟ ରହିଥିଲେ । ୨୦୧୪ରେ ସେକ୍ସ ର୍ୟାକେଟରେ ତାଙ୍କୁ ଗିରଫ କରାଯାଇଥିଲା। ସେକ୍ସ ର୍ୟାକେଟ ମାମଲାରେ ପୋଲିସ ଛାନଭିନ କରିବା ପରେ ତାଙ୍କ ପାଖରୁ ଅନେକ ସିଡି ଏବଂ ଟେପ୍ ଜବତ ହୋଇଥିଲା ।
ମିଷ୍ଟିଙ୍କୁ ପୋଲିସ ହାଇପ୍ରୋଫାଇଲ ସେକ୍ସ ର୍ୟାକେଟରେ ଗିରଫ କରିଥିଲା । ସୂଚନାଯୋଗ୍ୟ, ୨୦୨୦ରେ ଅନେକ ବଲିଉଡ ସେଲିବ୍ରିଟି ମୃତ୍ୟୁବରଣ କରିଛନ୍ତି ।