ଭୁବନେଶ୍ୱର: ଆପଣ ଏକ ବାଇକ୍ କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ଇଲେକ୍ଟ୍ରିକ୍ ବାଇକ୍ ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ। ବର୍ତ୍ତମାନ ବଜାରରେ ଗୋଟିଏରୁ ଗୋଟିଏ ଇଲେକ୍ଟ୍ରିକ୍ ବାଇକ୍ ଆସିଯାଇଛି । ତେବେ କେଉଁ ଇଲେକ୍ଟ୍ରିକ୍ ବାଇକ୍ ଆପଣଙ୍କ ପାଇଁ ବେଷ୍ଟ ହେବ ଲିଷ୍ଟ ଦେଖିନିଅନ୍ତୁ ।
Komaki Ranger
ଏହି ତାଲିକାରେ ପ୍ରଥମରେ ରହିଛି କୋମାକିଙ୍କ କ୍ରୁଜର ବାଇକ୍ । କମ୍ପାନୀ ଏହାକୁ ଜାନୁଆରୀ ୨୪ ରେ ଲଞ୍ଚ କରିଛି । କୋମାକି ରେଞ୍ଜର ବାଇକର (ଏକ୍ସ ସୋ’ରୁମ) ମୂଲ୍ୟ ୧.୬୮ ଲକ୍ଷ ଟଙ୍କା ରଖାଯାଇଛି। ଗୋଟିଏ ଚାର୍ଜରେ ୨୨୦ କିଲୋମିଟର ପରିସର ଦେଇଥାଏ | ଲୁକରେ ଏହି ବାଇକ ଟି ବୁଲେଟ୍ ଏବଂ ବଜାଜ୍ ଆଭେଞ୍ଜର୍ ପରି ଦେଖାଯାଏ ।
Revolt RV 400
ରିଭୋଲ୍ଟର RV 400 ଇଲେକ୍ଟ୍ରିକ୍ ବାଇକ୍ ବଜାରରେ ପୂର୍ବରୁ ଉପସ୍ଥିତ । ଏହା ଗୋଟିଏ ଚାର୍ଜରେ ୧୫୦ କିଲୋମିଟର ପରିସର ଦେଇଥାଏ ।ଏହାକୁ ଚାର୍ଜ କରିବାକୁ ୫ ଘଣ୍ଟା ସମୟ ଲାଗେ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୮୫ କିଲୋମିଟର ଅଟେ । ଏହାର (ଏକ୍ସ ସୋ’ରୁମ) ମୂଲ୍ୟ ୧.୧୬ ଲକ୍ଷ ଟଙ୍କା ।
Oben Rorr
ଏକ ମାସ ପୂର୍ବରୁ ଓବେନ୍ ଏହି ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିଥିଲା । ଏହାର (ଏକ୍ସ ସୋ’ରୁମ) ମୂଲ୍ୟ ୯୯,୯୯୯ ଟଙ୍କା ରଖାଯାଇଛି । ଓବେନ୍ ରୋରର ବିତରଣ ଜୁଲାଇରୁ ଆରମ୍ଭ ହେବ । ଏହି ବାଇକ୍ ରେ ଏକ ବଡ଼ ଟଚ୍ ସ୍କ୍ରିନ୍ ଅଛି, ଯାହା ବାଇକ୍ ସ୍ପିଡ୍, ବ୍ୟାଟେରୀ ଚାର୍ଜ ସ୍ଥିତି, ରାଇଡିଂ ରେଞ୍ଜ୍ ସହିତ ଅନେକ ସୂଚନା ଦେଇଥାଏ | ଏହି ବାଇକ୍ ରେ ତିନୋଟି ରାଇଡିଂ ମୋଡ୍ ଅଛି। ଫୁଲ ଚାର୍ଜରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ପରିସର ଦେଇଥାଏ ।
Joy e-bike Monster
ଜୟ ଇ-ବାଇକ୍ ମୋନଷ୍ଟାର ରେ 72 V, 39 AH ଲିଥିୟମ୍ ଆଇନ୍ ବ୍ୟାଟେରୀ ଦିଆଯାଇଛି । ଏହି ବାଇକ୍ ର ସର୍ବୋଚ୍ଚ ବେଗ ହେଉଛି ୨୫ କିଲୋମିଟର । ଏହା ଗୋଟିଏ ଚାର୍ଜରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଏକ ଡ୍ରାଇଭିଂ ପରିସର ଦେଇଥାଏ ବୋଲି କମ୍ପାନୀ ଦାବି କରିଛି । ଜୟ ଇ-ବାଇକ୍ ମୋନଷ୍ଟାର ର (ଏକ୍ସ ସୋ’ରୁମ) ମୂଲ୍ୟ ୯୮,୯୯୯ ଟଙ୍କା ରହିଛି।