• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଯୁବପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ ଧାମନଗରର ଭଗବାନ, ନିର୍ମାଣ କଲେ ଗ୍ରାମ ଦେବତୀଙ୍କ ମନ୍ଦିର

OMMCOM NEWSbyOMMCOM NEWS
November 9, 2022
in Odia

ଭୁବନେଶ୍ୱର: ଭକ୍ତି ମୂଳରେ ଭଗବାନ । ଯଦି ଭକ୍ତିରେ କିଛି କାର୍ଯ୍ୟ କରାଯାଏ ତେବେ ସଫଳତା ଆପଣଙ୍କ ପାଦ ଛୁଇଁବ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳ ସନ୍ତୋଷପୁର ଗ୍ରାମର ଭଗବାନ ବାରିକ । ନା ଯେମିତି କାମ ମଧ୍ୟ ସେମିତି । ଭଗବାନ ଆଜି ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଗ୍ରାମବାସୀ ନିଜକୁ ଭାଗ୍ୟବାନ ମାନେ କରୁଛନ୍ତି। କାରଣ ଯେଉଁ ବୟସରେ ପିଲାମାନେ ନିଜ ସ୍ୱାର୍ଥ ପଛରେ ଧାଇଁଛନ୍ତି ସେହି ବୟସରେ ଭଗବାନ ସମୟ ବାହାର କରି ମନ୍ଦିର ନିର୍ମାଣ କରିଛନ୍ତି ।

ଧାମନଗର ସନ୍ତୋଷପୁର ଗ୍ରାମର ଗ୍ରାମ ଦେବତୀ ହେଉଛନ୍ତି ମା ସୁନାମୁଇଁ । ମାଙ୍କ ମନ୍ଦିରଟି ପ୍ରାୟ ୨୦୦ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିଲା କିନ୍ତୁ ଗତ ବାତ୍ୟାରେ ଏକ ଗଛ ପଡ଼ି ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ମା ସୁନାମୁଇଁ ଅବହେଳିତ ଅବସ୍ଥାରେ ପଡି ରହିଥିଲେ । ଯାହାକୁ ଦେଖିବା ପରେ ନିଜକୁ ସମ୍ଭାଳି ପାରିନଥିଲେ ଭଗବାନ । ମନସ୍ତ କରିଥିଲେ ଯେତେ ଯାହା ହେଇଯାଉ ପଛେ ମାଙ୍କ ମନ୍ଦିର ନିର୍ମାଣ ହେବ । ଏଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ ଭଗବାନ । ଗାଁ ଲୋକଙ୍କୁ ଏକାଠି କରି ମାଙ୍କ ମନ୍ଦିର ନିର୍ମାଣ ନେଇ ଆଲୋଚନା କରିଥିଲେ । ହେଲେ ଗାଁ ଲୋକେ ମନ୍ଦିର ନିର୍ମାଣ ନେଇ ଏତେ ଗୁରୁତ୍ୱ ଦେଇନଥିଲେ । ଶେଷରେ ଭଗବାନ ନିଜ କର୍ମ କ୍ଷେତ୍ରରୁ ମିଳୁଥିବା ମାସିକ ବେତନରୁ କିଛି କିଛି ଅର୍ଥ ସଂଚିତ କରିବାକୁ ଲାଗିଲେ। ଆଉ କିଛି ସହୃଦୟ ବ୍ୟକ୍ତି ଭଗବାନଙ୍କ ଏହି ମହତ ଉଦେଶ୍ୟରେ ସାରଥୀ ସାଜିଥିଲେ । ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ମାଙ୍କ ମନ୍ଦିର ସମ୍ପୂର୍ଣ୍ଣ ହୋଇଛି । ଚଳିତ ମାସ ୭ ତାରିଖରେ ମା ସୁନାମୁଇଁଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି । ମା ଏବେ ନୂତନ କରି ନିର୍ମାଣ ହୋଇଥିବା ମନ୍ଦିରରେ ପୂଜା ପାଉଛନ୍ତି । ବିଳମ୍ବରେ ପଛେ ହେଉ ହେଲେ ଭଗବାନଙ୍କ ସ୍ବପ୍ନ ଆଜି ସାକାର ହେଇଛି ଯାହାକୁ ନେଇ ଗ୍ରାମବାସୀ ବେଶ ଖୁସି ।

 

Previous Post

Taliban Crackdown On Afghan Universities To Curb Women’s Protests

Next Post

K’taka Court Quashes Petition Of Malali Mosque Management

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

K'taka Court Quashes Petition Of Malali Mosque Management

IT, ED Searches At Granite Firms In Telangana

Delhi: Supplier Of Country-Made Illegal Weapons, Stolen Vehicles Held

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist