ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ‘କାଚା ବାଦାମ’ ଗୀତ ଗାଇ ରାତାରାତି ଷ୍ଟାର ବନିଥିବା ଭୁବନ ବାଦ୍ୟକର । ସେ ଏକ ବିବୃତ୍ତିରେ କହିଥିଲେ ଯେ ଏବେ ଜଣେ ସୁପରଷ୍ଟାର, ତେଣୁ ସେ ଆଉ ପୂର୍ବଭଳି ଗାଁ ଗାଁ ବୁଲି ବାଦାମ ବିକିବେ ନାହିଁ। ହେଲେ ଏବେ ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି ଏବଂ ପୁନର୍ବାର ବାଦାମ ବିକ୍ରି କରିବେ ବୋଲି କହିଛନ୍ତି।
ତେବେ ନିକଟରେ ଭୁବନ ଏକ କାର କିଣିଥିଲେ, କାର ଚଲେଇବା ଶିଖୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଭୁବନ କହିଛନ୍ତି ଯେ ସେ ତାଙ୍କ ପୁଅ ପାଇଁ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର କିଣିଛନ୍ତି। ଯାହାଫଳରେ ତାଙ୍କ ପୁଅ ଏହି କାର ଚଳାଇ ରୋଜଗାର କରିପାରିବେ । ତେବେ ଶିଖିବା ସମୟରେ କାରଟି କାନ୍ଥ ସହିତ ଧକ୍କା ହୋଇଥିଲା, ଯେଉଁଥିପାଇଁ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ।
ଏହାରି ମଧ୍ୟରେ ଭୁବନଙ୍କ ଏକ ନୂଆ ଗୀତ ମାର୍କେଟକୁ ଆସୁଛି, ଏହି ଗୀତର ରେକର୍ଡିଂ ପଶ୍ଚିମବଙ୍ଗର ବୋଲପୁରର ଗୋଧୂଲି ଷ୍ଟୁଡିଓରେ କରାଯାଇଛି ।