ଭୁବନେଶ୍ୱର: ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୦ ତାରିଖରୁ ପଶ୍ଚିମ ଜିଲ୍ଲାର କିଛି ଜିଲ୍ଲାରେ ବୃଷ୍ଟିପାତର ସମ୍ଭାବନା ରହିଥିବା ବେଳେ, ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରରେ ଗୋଟିଏ ରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ସମୟରେ ଅମଳ ଫସଲକୁ ସୁରକ୍ଷିତ ସ୍ଥାନରେ ସାଇତି ରଖିବାକୁ ଚାଷୀଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।