Odia

ମୂଷାକୁ ଦେଖି ସଫେଇ କର୍ମଚାରୀଙ୍କ ଉଡ଼ିଗଲା ହୋସ, ଦେଖନ୍ତୁ ଭାଇରଲ ଭିଡିଓ

କିଛି ଦିନ ହେବ ମିକ୍ସିକୋ ରେ ପ୍ରବଳ ବର୍ଷା ହେବା ହେତୁ ସ୍ବେରେଜ ରେ ବହୁତ ବର୍ଜ୍ୟବସ୍ତୁ ଅଟକି ଯାଇଥିଲା । ସେଥିପାଇଁ ମେକ୍ସିକୋର ଶ୍ରମିକ ମାନେ ଏହି ବର୍ଜ୍ୟବସ୍ତୁ କୁ ସଫା କରୁଥିଲେ । ସଂଗୃହିତ ବର୍ଜ୍ୟବସ୍ତୁ ର ଓଜନ ପ୍ରାୟ ହେବ 22 ଟନ ।

ଏହି ବର୍ଜ୍ୟବସ୍ତୁ ଭିତରୁ ଲୋକମାନେ ଏପରି ଏକ ଜିନିଷ ଦେଖିଲେ ଯେ ସେମାନେ ସେଠାରୁ ଭୟରେ ଦୌଡ଼ିବାକୁ ଆରମ୍ଭ କରିଥିଲେ । ତେବେ ପରେ ଦେଖିବାକୁ ପାଇଥିଲେ ଯେ ଏହା ଏକ ବିରାଟ ବଡ଼ ମୂଷା ଥିଲା ।

ଏହି ମୂଷା ଏତେ ବଡ଼ ଥିଲା ଯେ ଲୋକମାନେ ଏହାକୁ ଦେଖି ସହଜରେ ବିଶ୍ୱାସ କରି ପାରିନଥିଲେ । ଏହି ମୂଷା ମଣିଷ ଠାରୁ ବି ବଡ଼ ଥିଲା । କେହି ଜଣେ ଫୋଟ ଉଠାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ଜାହାପରେ ଏହା ଭାଇରାଲ ହୋଇଯାଇଥିଲା । କିନ୍ତୁ କିଛି ସମୟ ପରେ ଏହି ମୂଷା ର ବାସ୍ତବତା ସାମ୍ନାକୁ ଆସିଥିଲା । ଯାହାଦ୍ୱାରା ଲୋକମାନେ ପୁରା କଥା ବୁଝିପାରିଥିଲେ ।

ଏବେ ସୋସିଆଲ ମିଡିଆରେ ଏହି ମୂଷା ର ଫୋଟ ବେଶ ଭାଇରଲ ହେବାରେ ଲାଗିଛି । ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ତେବେ ଏହି ରହସ୍ୟମୟ ଜୀଵଟୀକୁ ମେକ୍ସିକୋର ଏକ ଗଟର ରୁ ବାହାର କରାଯାଇଛି । ପ୍ରକୃତରେ ମେକ୍ସିକୋର ଅନେକ ଦିନ ଧରି ପ୍ରବଳ ବର୍ଷା ହୋଇଥିଲା ।

ଏହି ସମୟରେ ହଠାତ ସହରର ମୁଖ୍ୟ ଡ୍ରେନ ଜାମ ହୋଇଯାଇଥିଲା । ତେବେ ଡ୍ରେନେଜ ସମସ୍ୟା ଦେଖା ଦେବା ପରେ ସଫେଇ କର୍ମଚାରୀ ଏହାକୁ ସଫା କରିବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ 22 ଟନ ଆବର୍ଜନା ବାହାର କରାଯାଇଥିଲା ।

ଏହି ଅଳିଆ ଗଦା ଭିତରେ ଲୋକମାନେ ହଠାତ ଏକ ବିଶାଳ ମୂଷା କୁ ଦେଖିଥିଲେ ଏବଂ ଏହି ମୂଷା ବହୁତ ବଡ଼ ଥିଲା । ବାତ୍ୟା ପରେ ଆସିଥିବା ବର୍ଷା ରେ ଏହା ସହରର ଡ୍ରେନରେ ଅଟକି ରହିଥିଲା । ଯେତେ ବେଳେ ମେକ୍ସିକୋର ଶ୍ରମିକମାନେ ଏହା ଦେଖିଲେ ସମସ୍ତେ ହଠାତ ଡରି ଯାଇଥିଲେ ।

ଏହାପରେ ଲୋକମାନେ ଏହାକୁ ଅତି ନିକଟରେ ଯାଇ ଦେଖିବାକୁ ଲାଗିଲେ । ସୂଚନାନୁଯାଇ ଏହା ଦେଖିବା ପରେ ସଫେଇ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ପରେ ସମସ୍ତେ ପାଖକୁ ଯାଇ ଦେଖିଲା ପରେ ଜାଣିବାକୁ ପାଇଥିଲେ ଯେ ଏହା ଅସଲି ମୂଷା ନୁହେଁ ବରଂ ନକଲି ମୂଷା ଥିଲା ।

ଅର୍ଥାତ ଡ୍ରେନରେ ଅଟକି ଥିବା ସମସ୍ତ ଅଳିଆ ଆବର୍ଜନା ଗୁଡିକ ଅଟକି ଯାଇ ଏକ ମୂଷା ର ରୂପ ନେଇଥିଲା । ତେବେ ଏହି ଫୋଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close