ଭୁବନେଶ୍ୱର: ଭାରତରେ ଇଲେକ୍ଟ୍ରିକ କାରର ଚାହିଦା ଧୀରେ ଧୀରେ ବଢୁଛି । ଅଡ଼ି, ଜାଗୁଆର ଏବଂ ମର୍ସିଡିଜ୍ ଭଳି ଅନେକ ଦାମୀ କାର ନିର୍ମାତା ସେମାନଙ୍କର ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରିଛନ୍ତି । ବର୍ତ୍ତମାନ ବିଏମଡବ୍ଲୁ ମଧ୍ୟ ଭାରତରେ ଇଲେକ୍ଟ୍ରିକ ବିଭାଗରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ପ୍ରସ୍ତୁତ ହେଉଛି।
୨୪ ଫେବୃଆରୀରେ ବିଏମଡବ୍ଲୁ ଭାରତରେ ଇଲେକ୍ଟ୍ରିକ MINI 3-Door Cooper SE ଲଞ୍ଚ କରିବାକୁ ଯାଉଛି । ଏହାପୂର୍ବରୁ କମ୍ପାନୀ ଭାରତୀୟ ବଜାରରେ ଏହାର ପ୍ରଥମ iX ଇଲେକ୍ଟ୍ରିକ ଏସୟୁଭି ଲଞ୍ଚ କରିଥିଲା।
ଇଲେକ୍ଟ୍ରିକ୍ ମିନି ପାଇଁ ପ୍ରି-ବୁକିଂ ଗତ ବର୍ଷ ଶେଷରେ ଆରମ୍ଭ ହୋଇଥିଲା, ବିଏମଡବ୍ଲୁ ନିଶ୍ଚିତ କରିଥିଲା ଯେ ଇଭିର ପ୍ରଥମ ୩୦ ୟୁନିଟ୍ ବୁକ୍ ହୋଇଛି। ଇଲେକ୍ଟ୍ରିକ MINI 3-Door Cooper SE ର ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବାର ସମ୍ଭାବନା ଅଛି ।
ଏହି ଇଲେକ୍ଟ୍ରିକ୍ କାର୍ ଗୋଟିଏ ଚାର୍ଜରେ ୨୭୦ କିଲୋମିଟର ପରିସର ଦେଇଥାଏ । ଯାହାକି 184 hp ଏବଂ 270 Nm ଟର୍କ ସୃଷ୍ଟି କରିବାରେ ସକ୍ଷମ । ମାତ୍ର ୭.୩ ସେକେଣ୍ଡରେ ୧୦୦ କିଲୋମିଟର ବେଗରେ ଗତି କରିପାରେ। ଯେତେବେଳେ ଏହା ଲଞ୍ଚ ହେବ, ଏହା ହ୍ୱାଇଟ ସିଲଭର, ମିଡନାଇଟ୍ ବ୍ଲାକ୍, ମୁନୱାକ ଗ୍ରେ ଏବଂ ବ୍ରିଟିଶ୍ ରେସିଂ ଗ୍ରୀନ୍ ରେ ଉପଲବ୍ଧ ହେବ।