ଭୁବନେଶ୍ୱର: ଡାକ୍ତରଖାନାରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ମିଥୁନଙ୍କ ଫଟୋକୁ ଦେଖିବା ପରେ ପ୍ରଶଂସକମାନେ ଭୟଭୀତ ହୋଇପଡିଥିଲେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲ ବେଡ଼ରେ ଅଚେତ ଅବସ୍ଥାରେ ପଡ଼ିଛନ୍ତି। ମିଥୁନ ଚକ୍ରବର୍ତ୍ତୀଙ୍କ ଫଟୋ ଭାଇରଲ ହେବା ପରେ ଅନେକ ଗୁଜବ ଖବର ମଧ୍ୟ ସାମ୍ନାକୁ ଆସିଥିଲା , ଯାହାଫଳରେ ତାଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ ତାଙ୍କ ବିଷୟରେ ସୂଚନା ଦେଇଥିଲେ। ଅଭିନେତାଙ୍କ ପୁଅ କହିଥିଲେ ଯେ କିଡନୀରେ ଷ୍ଟୋନ ସମସ୍ୟା ହେତୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରିଦିଆଯାଇଛି । ଏବେ ସେ ଘରେ ବିଶ୍ରାମ ନେଉଛନ୍ତି। ତେବେ ଗୋଟିଏ ଦିନ ପୂର୍ବରୁ ଅଭିନେତା ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ଜଣାପଡିଥିଲା ଯେ ଧର୍ମେନ୍ଦ୍ରଙ୍କୁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ସେ ତାଙ୍କ ଘରେ ଅଛନ୍ତି।