ଭୁବନେଶ୍ୱର: ବଲିଉଡର ଅନେକ ତାରକା ନିଜ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ସିନେମା ଜଗତରେ କିଛି ଏମିତି ତାରକା ଅଛନ୍ତି ଯେଉଁମାନେ କି ସେମାନଙ୍କ ବିବାହ ଫଟୋ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ।
କ୍ୟାଟ୍ରିନା କୈଫ ଏବଂ ଭିକି କୌଶଳ ରାଜସ୍ଥାନରେ ବିବାହ କରିଥିଲେ। ୱେବସାଇଟ୍ ବଲିଉଡ ଲାଇଫ୍ (Bollywoodlife)ର ତଥ୍ୟ ଅନୁଯାୟୀ, ବିକି ଏବଂ କ୍ୟାଟ୍ରିନା ପ୍ରାୟ ୮୦ ରୁ ୧୦୦ କୋଟିରେ ସେମାନଙ୍କର ବିବାହ ଫଟୋ ବିକ୍ରି କରିଥିଲେ ।
ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହ ମଧ୍ୟ ବଲିଉଡର ରାଜକୀୟ ବିବାହ ମଧ୍ୟରୁ ଅନ୍ୟତମ । ପ୍ରିୟଙ୍କା ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ପ୍ରିୟଙ୍କା ଏବଂ ନିକ ସେମାନଙ୍କ ବିବାହ ଫଟୋକୁ ଏକ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରାୟ ୧୮ କୋଟିରେ ବିକ୍ରି କରିଥିଲେ।
ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଇଟାଲୀରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଥିଲେ। ତେବେ ଏହି ତାରକା ନିଜ ବିବାହ ଫଟୋକୁ ଏକ ପତ୍ରିକାରେ ବିକ୍ରି କରିଥିଲେ । ଏଥିରୁ ଯାହା ଟଙ୍କା ସଂଗ୍ରହ କରାଯାଇଥିଲା ତାହା ଦାନ କରାଯାଇଥିଲା ।