Odia

ରିଲିଜ୍ ଅପେକ୍ଷାରେ ୬ ଟି ବଡ ଚଳଚ୍ଚିତ୍ର

ମୁମ୍ବାଇ: ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରେ ଅଜୟ ଦେବଗନଙ୍କ ” ତାନାଜୀ ” ସବୁଠୁ ଭଲ ବ୍ୟବସାୟ କରିଛି l ଏହି ଚଳଚ୍ଚିତ୍ର ଜାନୁଆରୀରେ ମୁକ୍ତିଲାଭ କରିଥିଲା ​​l ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରଗୁଡ଼ିକରେ ” ତାନାଜୀ ” ଶୀର୍ଷରେ ରହିଛି l ମାର୍ଚ୍ଚରୁ ସିନେମା ହଲ ବନ୍ଦ କାରଣରୁ କୌଣସି ପ୍ରମୁଖ ଚଳଚ୍ଚିତ୍ର ରିଲିଜ୍ ହୋଇନାହିଁ l

ଅକ୍ଟୋବର ୧୫ ତାରିଖରୁ ଲୋକମାନେ ସିନେମା ହଲକୁ ଯାଇ ସେମାନଙ୍କର ପ୍ରିୟ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ l କରୋନା କାରଣରୁ ଅନେକ ମାସ ଧରି ବନ୍ଦ ଥିବା ସିନେମା ହଲ୍ ପୁଣି ଥରେ ଗୁଞ୍ଜରଣ ଆରମ୍ଭ କରିବ l ଚଳଚ୍ଚିତ୍ର ପ୍ରେମୀମାନେ ଏ ବିଷୟରେ ବହୁତ ଉତ୍ସାହିତ ହେଇପଡ଼ିଛନ୍ତି l ଚଳିତ ବର୍ଷ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଅନେକ ଚଳଚ୍ଚିତ୍ରକୁ ପୁନଃ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି l ପ୍ରେକ୍ଷାଳୟ ଖୋଲିବା ପରେ ଏହି ଚଳଚ୍ଚିତ୍ରଗୁଡ଼ିକ ପୁଣି ମୁକ୍ତିଲାଭ କରିବ l

ବାଣିଜ୍ୟ ବିଶ୍ଳେଷକ ତାରନ୍ ଆଦର୍ଶ ଟ୍ୱିଟ୍ କରି ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି l ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ସପ୍ତାହରୁ ସିନେମା ହଲ୍ ପୁଣି ଖୋଲିବାକୁ ଯାଉଛି l ଏହି ସପ୍ତାହରେ ପୁନଃ ରିଲିଜ୍ ପାଇଁ ୬ ଟି ହିନ୍ଦୀ ଚଳଚ୍ଚିତ୍ର ଘୋଷଣା କରାଯାଇଛି l ଏଥିମଧ୍ୟରେ ତାନାଜୀ, ୱାର, ଶୁଭ ମଙ୍ଗଲ ଜ୍ୟାଦା ସାବଧାନ, ମଲଙ୍ଗ, ଥପ୍ପଡ ଏବଂ କେଦାରନାଥ ଅନ୍ତର୍ଭୁକ୍ତ l ଆଗାମୀ ଦିନରେ ଆହୁରି ଅନେକ ଚଳଚ୍ଚିତ୍ର ନିର୍ଦ୍ଧାରିତ ହେବାର ସୂଚନା ମିଳିଛି l

ଚଳଚ୍ଚିତ୍ର ” କେଦାରନାଥ ” ୨୦୧୮ ରେ ମୁକ୍ତିଲାଭ କରିଥିଲା ​​l ଚଳିତ ବର୍ଷ ଜୁନ୍ ୧୪ ରେ ସୁଶାନ୍ତ ଆତ୍ମହତ୍ୟା କରିଥିବା କାରଣରୁ ତାଙ୍କ ଫ୍ୟାନମାନଙ୍କ ପାଇଁ ଚଳଚ୍ଚିତ୍ର ” କେଦାରନାଥ ” ବଡ ପରଦାରେ ପୁଣି ଥରେ ମୁକ୍ତିଲାଭ କରୁଛି l କେଦାରନାଥ ଚଳଚ୍ଚିତ୍ରକୁ ଅଭିଷେକ କପୁର ନିର୍ଦ୍ଦେଶନା ଦେଇଥିଲେ l ‘ସାରା’ ଙ୍କର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ସେ ସୁଶାନ୍ତଙ୍କ ନାୟିକା ସାଜିଥିଲେ l ଏହି ରୋମାଣ୍ଟିକ୍ କାହାଣୀକୁ ଦର୍ଶକମାନେ ମଧ୍ୟ ବେଶ ପସନ୍ଦ କରିଥିଲେ l

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ବ୍ୟବସାୟ ଶୀର୍ଷରେ ରହିଛି ଅଜୟ ଦେବଗନଙ୍କ ” ତାନାଜୀ ” | ମାର୍ଚ୍ଚରୁ ସିନେମା ହଲ ବନ୍ଦ କାରଣରୁ କୌଣସି ଚଳଚ୍ଚିତ୍ର ରିଲିଜ୍ ହୋଇନାହିଁ l ଅନେକ ଚଳଚ୍ଚିତ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ କରାଗଲା l ସିନେମା ହଲ୍ ଖୋଲିବା ପରେ ” 83 ”ଏବଂ ” ସୂର୍ଯ୍ୟବଂଶମ୍ ” ଭଳି ଅନେକ ବଡ ଚଳଚ୍ଚିତ୍ର ପାଇପଲାଇନରେ ଅଛି l ଦୀପାବଳିରେ ” ସୂର୍ଯ୍ୟବଂଶମ୍ ” ଏବଂ କ୍ରିସମାସରେ ”83” ରିଲିଜ୍ କରାଯିବ l

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close