କାମ ପାଇଁ ଦିନେ ନିର୍ଦ୍ଦେଶକଙ୍କ ସାମ୍ନାରେ ହାତଯୋଡ଼ି ଥିଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ପରେ ବଲିଉଡରେ ନେପୋଟିଜିମରେ ବିତର୍କ ଚାଲିଛି । ଅଭିନେତାଙ୍କ ମୃତ୍ୟୁ ପରେ ସୋନମ କପୁର, ସୋନାକ୍ଷୀ ସିହ୍ନା, ଅର୍ଜୁନ କପୁର, ଆଲିଆ ଭଟ୍ଟ, ଅନନ୍ୟା ପାଣ୍ଡେ, କରୀନା କପୁର ଏବଂ କରଣ ଜୋହରଙ୍କ ଭଳି ଅନେକ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଛନ୍ତି । ଏହି ସମୟରେ ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ସାରା ଅଲି ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

https://www.facebook.com/ommcomnews/videos/334578161071588/?t=3

 

ଯେଉଁଥିରେ ଉଭୟ ରଣଭୀର ସିଂ ମଧ୍ୟ ନଜର ଆସିଛନ୍ତି । ଏହି ଭିଡିଓ କପିଲ ଶର୍ମା ଶୋ’ର.. ଯେଉଁଠାରେ ରୋହିତ ଶେଟ୍ଟୀ, ସାରା ଅଲି ଖାନ ଏବଂ ରଣବୀର ସିଂ ‘ସିମ୍ବା’ର ପ୍ରମୋସନ ପାଇଁ ଆସିଥିଲେ।

https://www.instagram.com/p/B8yzcEQpFqM/

ରୋହିତ ଶେଟ୍ଟୀ ଏବଂ ସାରା ଅଲି ଖାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ସାରାଙ୍କ ଏହି ଭିଡିଓକୁ ଖୁବ ସେୟାର କରୁଛନ୍ତି ଏବଂ ‘ସିମ୍ବା’ରେ ତାଙ୍କ କାଷ୍ଟିଂ କାଉଚ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି ।

https://www.instagram.com/p/B69-1ekJo4d/

କପିଲ ଶର୍ମାଙ୍କ ଶୋ ରେ ରୋହିତ କୁହନ୍ତି ଯେ – “ସୈଫ ଅଲି ଖାନଙ୍କ ଝିଅ ଅମୃତା ସିଂ ଏକାକୀ ମୋ ଅଫିସକୁ ଆସି ଜଣେ ନିର୍ଦ୍ଦେଶକଙ୍କ ସାମ୍ନାରେ ହାତଯୋଡ଼ି କୁହନ୍ତି ଯେ ଦୟାକରି ମୋତେ କାମ ଦିଅନ୍ତୁ, ଯାହାକୁ ଶୁଣିବା ପରେ ମୋ ଆଖିରେ ଲୁହ ଆସିଯାଇଥିଲା। କାରଣ ସୈଫ ଅଲି ଖାନଙ୍କ ଝିଅ ଆଜି କାମ ପାଇଁ ମୋପାଖରେ ହାତ ଯୋଡ଼ିଛନ୍ତି । ଏହା ପରେ ମୁଁ ତାଙ୍କୁ ଫିଲ୍ମରେ କାମ ଦେଇଥିଲି ।

https://www.instagram.com/p/Bq4WBzaH6WW/