ଆରପାରିରେ ଭେଟେରାନ ଅଭିନେତା ମିଥିଲେସ ଚତୁର୍ବେଦୀ, ବଲିଉଡରେ ଶୋକର ଛାୟା

ଭୁବନେଶ୍ୱର: ଆରପାରିରେ ବଲିଉଡର ଭେଟେରାନ ଅଭିନେତା ମିଥିଲେସ ଚତୁର୍ବେଦୀ (Mithilesh Chaturvedi) । ମିଥିଲେସ ୩ ଅଗଷ୍ଟ ସନ୍ଧ୍ୟାରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନରେ (lucknow) ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଖବର ଅନୁଯାୟୀ, ହୃଦ୍‌ରୋଗ ଯୋଗୁଁ ମିଥିଲେସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଅଭିନେତା ମିଥିଲେସଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଜ୍ବାଇଁ ନିଶ୍ଚିତ କରିଛନ୍ତି। ମିଥିଲେସଙ୍କର ଏକ ଫଟୋ ସେୟାର କରି ସେ ଲେଖିଥିଲେ – ତୁମେ ଦୁନିଆର ସବୁଠୁ ଭଲ ପିତା, ତୁମେ ମୋତେ କେବେ ଜ୍ୱାଇଁ ଭାବେ ଦେଖିନାହଁ ବରଂ ପୁଅ ଭଳି ଦେଖିଚ। ଭଗବାନ ତୁମର ଆତ୍ମାକୁ ଶାନ୍ତିରେ ରଖନ୍ତୁ ବୋଲି ମିଥିଲେସଙ୍କ ଜ୍ବାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ମିଥିଲେସଙ୍କୁ ହ୍ରିତିକ ରୋଶନଙ୍କ ଫିଲ୍ମ ‘କୋଇ ମିଲ ଗୟା’, ସନି ଦେଓଲଙ୍କ ସହ ‘ଗଦ୍ଦର’ ଭଳି ଅନେକ ବଡ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି। ଏହା ସହ ସେ ଅନେକ ଟିଭି ଶୋ ଏବଂ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ଶେଷରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ସହ ଗୁଲାବୋ-ସୀତାବୋ ଫିଲ୍ମରେ ଦେଖିବାକୁ ମିଳିଥିଲା।