ତାଜମହଲ ପରିସରରେ ବୋମା ଗୁଜବ, ପହଞ୍ଚିଲା ବୋମା ନିଷ୍କ୍ରିୟକାରୀ ଦଳ

ଉତ୍ତରପ୍ରଦେଶ : ଆଗ୍ରା ତାଜମହଲ ପରିସରରେ ବୋମା ଗୁଜବ | ଘଟଣାସ୍ଥଳରେ ପହଞ୍ଚିଲା ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁର |
ଆଗ୍ରାର ତାଜମହଲ ପରିସରରେ କେହି ବୋମା ରଖିଥିବା ନେଇ ପୋଲିସ ଆଇଜିଙ୍କୁ ଅଜଣା ଫୋନ୍ କଲ୍ ମାଧ୍ୟମରେ ଜଣାଇବାପରେ ସେଠାରେ ଖେଳି ଯାଇଥିଲା ଆତଙ୍କ | କିନ୍ତୁ ପରେ ଜଣାପଡିଲା ଯେ ଏହା ଥିଲା ଏକ ମିଛ ଗୁଜବ |

ଆଜି ଅର୍ଥାତ ଗୁରୁବାର ସକାଳେ କେହି ତାଜମହଲ ପୋଲିସକୁ ବୋମା ରଖାଯାଇଥିବା ନେଇ ଜଣେ ଫୋନ୍ କରିଥିଲେ | ଫୋନ୍ କଲ ପରେ ତୁରନ୍ତ ସିଆଇଏପଏଫ୍ ଜବାନଙ୍କୁ ଆଲର୍ଟ କରି ଦିଆଯାଇଥିଲା | ଆଉ କାଳ ବିଳମ୍ବ ନ କରି ତାଜମହଲ ପରିସରରୁ ପର୍ଯ୍ୟଟକମାନଙ୍କୁ ବାହାର କରିଦିଆଯାଇଥିଲା | ଯାଂଚ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା | ବୋମା ରଖାଯିବା ଭଳି ତାଜମହଲର ସମସ୍ତ ଭିତର ଓ ବାହାର ସ୍ଥାନକୁ ସିଆଇଏସ୍‌ଏଫ୍‌ ଓ ଆଗ୍ରା ପୁଲିସ ତଲାସ କରିଥିଲେ | ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁରଙ୍କୁ ମଧ୍ୟ ଅଣାଯାଇଥିଲା |

ଏକିନ୍ତୁ, ଏପର୍ଯ୍ୟନ୍ତ ସେଠାରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ କରାଯାଇ ନାହିଁ | ଜଣାପଡିଲା ଏହି ବୋମା କଥାଟି ସମ୍ପୂର୍ଣ୍ଣ ଗୁଜବ | ଫୋନ୍‌ କରିଥିବା ବ୍ୟକ୍ତିକୁ ଚିହ୍ନଟ ପାଇଁ ଜୋରଦାର ପ୍ରସ୍ତୁତି ପରେ ଜଣାପଡିଲା କି, ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏହି ଫୋନ୍‌ ଆସିଛି | କିନ୍ତୁ କିଏ ଏହି ଫୋନ୍‌ କରିଥଲା ତାର ଖୋଜ ଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ |