ଅଭିନେତ୍ରୀ କଙ୍ଗନାଙ୍କ ସପକ୍ଷରେ ମୁମ୍ବାଇ ଉଚ୍ଚନ୍ୟାଳୟ ଙ୍କ ଗୁରୁତ୍ୱପୂର୍ଣ ନିଷ୍ପତି, ବିଏମସି ଦେବ କ୍ଷତିପୂରଣ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଓ ବିଏମସି ଭିତରେ ଚାଲିଥିବା ବିବାଦର ଶୁଣାଣି କରିଛନ୍ତି ମୁମ୍ବାଇ ଉଚ୍ଚନ୍ୟାୟାଳୟ । ଏହି ମାମଲାରେ କୋର୍ଟ କଙ୍ଗନାଙ୍କ ସପକ୍ଷରେ ମତ ଦେଇଛନ୍ତି ।

କୋର୍ଟଙ୍କ ମତରେ ଯଦି କଙ୍ଗନା ଘର ତିଆରି କରିବା ପୂର୍ବରୁ ବିଏମସି ଠାରୁ ଅନୁମତି ଆଣିଥିଲେ । ତେବେ ଯଦି ଭିତ୍ତିଭୂମି ଠିକ ଥିଲା ତେବେ ଏବେ ଭୁଲ ହେଲା କେମିତି । ଏହା ସହ କୋର୍ଟ କହିଛନ୍ତି କଙ୍ଗନାଙ୍କୁ ଜାଣି ଶୁଣି ହଇରାଣ କରାଯାଇଛି । କଙ୍ଗନାଙ୍କ ଘର ଭାଙ୍ଗିବାପରେ ଯେଉଁ କ୍ଷତି ଘଟିଛି ତାକୁ ଆକଳନ କରିବାକୁ ଜଣେ ମୂଲ୍ୟଧାରକ ନିଯୁକ୍ତି ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି । ଏବଂ ବିଏମସି ଏହାର କ୍ଷତିପୁରଣ ଦେବ ବୋଲି କୋର୍ଟ କହିଛନ୍ତି ।

ପ୍ରକାଶ ଯେ, ସୁଶାନ୍ତ ସିଂଙ୍କ ମୃତୁ୍ୟ ମାମଲାରେ କଙ୍ଗନାଙ୍କ ବୟାନ ଅନେକଙ୍କୁ ବ୍ୟତିବ୍ୟସ୍ତ କରାଇଥିଲା ଯାହାର ପ୍ରତିଶୋଧ ନେବାକୁ ଯାୟୀ କଙ୍ଗନାଙ୍କ କୋଠାକୁ ବେଆଇନ ଦର୍ଶାଇ କୋଠାର କିଛି ଅଂଶ ଭାଙ୍ଗି ଦିଆଯାଇଥିଲା ।