କରୋନା ଟିକା ନେବା ମାତ୍ରେ ଥରିଲେ ଜଣେ ବ୍ୟକ୍ତି,ତା ପରେ କଣ ହେଲା ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିକାଲି ସାରା ବିଶ୍ୱରେ ଟିକାକରଣ ଚାଲିଛି। ସମସ୍ତେ ନିଜ ସୁବିଧା ଅନୁଯାୟୀ ଯଥାଶୀଘ୍ର କରୋନା ଟିକା ନେଇ ନିଜକୁ ରକ୍ଷା କରୁଛନ୍ତି । କିନ୍ତୁ ଆମ ମଧ୍ୟରେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ କି ଇଞ୍ଜେକ୍ସନ ନେବାକୁ ବହୁତ ଭୟ କରନ୍ତି । ସୋସିଆଲ ମିଡିଆରେ ଏପରି ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯିଏ କି କରୋନା ଟିକା ନେବା ମାତ୍ରେ କେନ୍ଦ୍ରରେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ ।

ନିକଟରେ ଏକ ଟୀକାକରଣ କେନ୍ଦ୍ରର ଏକ ଭିଡିଓ ଫେସବୁକରେ ଭାଇରାଲ ହୋଇଛି, ଏହି ଭିଡିଓଟିକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓ ବ୍ରାଜିଲର ଏବଂ ଏହା ସମସ୍ତଙ୍କୁ ଚକିତ କରିଛି । ପ୍ରକୃତରେ, ଜଣେ ବ୍ୟକ୍ତି ଟିକା ନେବା ମାତ୍ରେ କେନ୍ଦ୍ରରେ ହଠାତ ଚେତାଶୂନ୍ୟ ହୋଇଯାଇଥିଲେ ।

ବ୍ରାଜିଲରେ ରହୁଥିବା ମାଗୁଇଲା ଜୁନିଅର (Maguila Junior) , ଇଞ୍ଜେକ୍ସନ ନେବାକୁ ବହୁତ ଭୟ କରନ୍ତି । ଟିକାକରଣ ପାଇଁ ଯେତେବେଳେ ସେ କେନ୍ଦ୍ରରେ ପହଂଚିଥିଲେ, ସେତେବେଳେ ଇଞ୍ଜେକ୍ସନକୁ ଦେଖି ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ଶେଷରେ ସେ ଭୟଭୀତ ହୋଇ ତଳେ ପଡିଯାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।