ଭୁବନେଶ୍ୱର: କେଜି ୪୫ ଟଙ୍କାରେ ଏଠି ବିକ୍ରି ହେଉଛି ଦାମୀ ବସ୍ । ଏଖବର ପଢିବା ପରେ ଆପଣମାନଙ୍କୁ ଟିକେ ଗୁଜବ ବୋଲି ଲାଗୁଥିବ କିନ୍ତୁ ବାସ୍ତବରେ ଏହା ସତ । କରୋନା ମହାମାରୀ ଜଣେ ବସ୍ ମାଲିକଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣଭାବେ ଦୋହଲାଇ ଦେଇଛି । ଫଳରେ ପରିବାର ପ୍ରତିପୋଷଣ ପାଇଁ ବସ୍ ମାଲିକ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । କେଜି ୪୫ ଟଙ୍କାରେ ତାଙ୍କର ଦାମୀ ବସ୍ କୁ ବିକ୍ରି କରିଦେଉଛନ୍ତି ।
କେରଳର କୋଚିରେ ରହୁଥିବା ରଏସନ ଜୋସେଫଙ୍କର ୨୦ ଟି ବିଳାସପୂର୍ଣ୍ଣ ବସ୍ ଥିଲା, ସେଥିମଧ୍ୟରୁ ୧୦ ଟି ବିଳାସପୂର୍ଣ୍ଣ ବସ୍ କୁ ସେ କିଲୋଗ୍ରାମକୁ ମାତ୍ର ୪୫ ଟଙ୍କାରେ ବିକ୍ରି କରୁଛନ୍ତି। ଜୋସେଫଙ୍କ କହିବା ଅନୁଯାୟୀ, ‘ ଏବେ ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଛି। କରୋନା ମହାମାରୀ ପୂର୍ବରୁ, ତାଙ୍କ ପାକହରେ ମୋଟ କୋଡ଼ିଏ ବସ୍ ଥିଲା, ଦୁଇ ବର୍ଷ ପରେ କେବଳ ୧୦ ଟି ବସ୍ ବାକି ଅଛି। ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ଆଗାମୀ ଦିନରେ ପାଖରେ ଥିବା ଅବଶିଷ୍ଟ ବସ୍ଗୁଡ଼ିକୁ ସମାନ ଭାବରେ ବିକ୍ରି କରିଦବେ ବୋଲି ଜୋସେଫ କହିଛନ୍ତି ।
ବସ୍ ଉପରେ ୪୪,୦୦୦ ଟଙ୍କା ଟ୍ୟାକ୍ସ ଏବଂ ପ୍ରାୟ ୮୮,୦୦୦ ଟଙ୍କା ବୀମା ରାଶି ବକେୟା ପଡିଛି, ଯାହାକୁ ଆଗାମୀ ଦିନରେ ପୈଠ କରିବାକୁ ପଡିବ । ଟ୍ୟାକ୍ସ ଭାବରେ ମାସକୁ ଅତି କମରେ ୧୫,୦୦୦ ଟଙ୍କା ଦେବାକୁ ପଡିବ, ଏଥିପାଇଁ ପ୍ରତିଦିନ ୫୦୦ ଟଙ୍କା ରୋଜଗାର କରିବାକୁ ପଡିବ । COVID-19 ଯୋଗୁଁ ରାଜ୍ୟରେ ୱିକେଣ୍ଡ୍ କର୍ଫ୍ୟୁ ଏବଂ ଭ୍ରମଣ ବାତିଲ୍ ହେତୁ ବସ୍ ଦିନସାରା ଚାଲୁ ନାହିଁ। ଏଭଳି ସ୍ଥିତିରେ ପରିବାର ଓ ଆମ ଉପରେ ନିର୍ଭର କରୁଥିବା କର୍ମଚାରୀଙ୍କ ପାଇଁ ଏସବୁ ବସ୍ ବିକ୍ରି କରିବାକୁ ପଡୁଛି ବୋଲି ଜୋସେଫ କହିଛନ୍ତି ।