ଜଟଣୀ ଅଣ୍ଡରପାସ୍‌ରେ ଫସିଗଲା ବସ୍, ଯାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ-ପିପିଲି ରାସ୍ତାର ସୀତାରାମ ଛକ ନିକଟରେ ଫସିଗଲା ମୋ-ବସ । ଅଣ୍ଡରପାସ୍‌ରେ ବର୍ଷାପାଣି ଜମି ରହିଥିବାରୁ ଅଧାରେ ଫସିଯାଇଥିଲା ବସ୍ । ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଅଣ୍ଡରପାସ୍‌ରେ ୧୫ ଫୁଟ୍‌ର ପାଣି ପ୍ରବାହ ଯୋଗୁଁ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଥିବା ଜଣାପଡିଛି ।

ସେହିପରି ଭୁବନେଶ୍ୱର,ପୁରୀ ,କଟକରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଅସରାଏ ବର୍ଷାରେ ବଡ଼ଦାଣ୍ଡ ଜଳମଗ୍ନ ହୋଇଯାଇଥିଲା । ଉଠା ଦୋକାନ ଗୁଡିକରେ ବର୍ଷା ପାଣି ମାଡିଯାଇଥିଲା । ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନା,ବମିଖାଲରେ ମଧ୍ୟ ବର୍ଷାପାଣି ଜମିରହିଥିଲା ଫଳରେ ଯାତାୟାତ କିଛିମାତ୍ରାରେ ପ୍ରଭାବିତ ହୋଇଥିଲା ।