OdiaTrending

ଏହି ବ୍ୟବସାୟୀ କିଣିଲେ ଭାରତର ସବୁଠୁ ଦାମୀ ଫ୍ଲାଟ, ଦାମ ୧୦୦ କୋଟି

ନୂଆଦିଲ୍ଲୀ: ଦେଶର ଜଣେ ଧନୀ ବ୍ୟବସାୟୀ ୧୦୦ କୋଟି ଟଙ୍କା ବ୍ୟୟରେ ମୁମ୍ବାଇରେ ଦୁଇଟି ଫ୍ଲାଟ କିଣିଛନ୍ତି। ଏହି ଫ୍ଲାଟଗୁଡ଼ିକ ମୁମ୍ବାଇର ପୋଶ କାରାମେଲ ରାସ୍ତାରେ ଅବସ୍ଥିତ ।

ଏହି ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅନୁରାଗ ଜେନା । ଅନୁରାଗ ହେଉଛନ୍ତି ବଜାଜ କମ୍ପାନୀର ମାଲିକ ରାହୁଲ ବଜାଜଙ୍କ ଭଣଜା। ସେମାନଙ୍କର ନିଜସ୍ୱ ଅଟୋ ପାର୍ଟସ୍ କମ୍ପାନୀ ମଧ୍ୟ ଅଛି । ଅନୁରାଗ ମୁମ୍ବାଇର କାର୍ମାଇକେଲ ରୋଡରେ ଥିବା ରେସିଡେନ୍ସରେ ଦୁଇଟି ଫ୍ଲାଟ କିଣିଛନ୍ତି। ଏହି ଦୁଇଟି ଫ୍ଲାଟ ମୋଟ ୬୩୭୧ ବର୍ଗଫୁଟ । ପ୍ରତି ବର୍ଗଫୁଟ ପାଇଁ ୧ ,୫୬ ,୯୬୧ ଟଙ୍କା ମୂଲ୍ୟ ଦେଇଛନ୍ତି ଅନୁରାଗ।

ତେବେ ଏହି ଫ୍ଲାଟଗୁଡିକର ମୂଳ ମୂଲ୍ୟ ୪୬.୪୩ କୋଟି ଥିଲା । କିନ୍ତୁ ରେଜିଷ୍ଟ୍ରି ଏବଂ ଷ୍ଟାମ୍ପ ଡ୍ୟୁଟି ଯୋଗୁଁ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଫଳରେ ତାଙ୍କୁ ଦୁଇଗୁଣ ଅର୍ଥ ଦେବାକୁ ପଡିଛି । ଅନୁରାଗଙ୍କ କମ୍ପାନୀ ଭାରତ ଏବଂ ୟୁରୋପରେ ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନର ଅଟୋ-ପାର୍ଟସ୍ ଉତ୍ପାଦନ ଏବଂ ଯୋଗାଣ କରିଥାଏ ।

Tags

Related Articles

Back to top button
Close