ମଝି ଆକାଶରେ ଫସିଗଲା ପର୍ଯ୍ୟଟକ ଭରା କେବୁଲ କାର ଟ୍ରଲି, ଚାଲିଛି ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ମଝି ଆକାଶରେ ଅଟକିଗଲା କେବୁଲ କାର ଟ୍ରଲି । ଫସିଗଲେ ୮ ଜଣ ପର୍ଯ୍ୟଟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲା ପାରୱାନୋରେ । ପାରୱାନୋ କାଠ ଟ୍ରେଲରେ (କେବୁଲ କାର) ଯାନ୍ତ୍ରିକ ସମସ୍ୟା ହେତୁ ୮ ଜଣ ପର୍ଯ୍ୟଟକ ଆକାଶରେ ଅଟକି ଯାଇଥିଲେ। ସୂଚନା ପାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୮ ପର୍ଯ୍ୟଟକଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଇଞ୍ଜିନିୟରମାନେ ଟ୍ରଲିରେ ଫସି ରହିଥିବା ଲୋକଙ୍କୁ ଗୋଟିଏ ପରେ ଗୋଟିଏ ସୁରକ୍ଷିତ ସ୍ଥାନକୁ ଓହ୍ଲାଉଛନ୍ତି।

ତେବେ ଏହି କେବୁଲ୍ କାର୍ ଟ୍ରଲି ୨୫୦ ରୁ ୩୦୦ ଫୁଟ ଉଚ୍ଚରେ ଅଟକି ରହିଛି । ଦଉଡି ସାହାଯ୍ୟରେ ଟ୍ରଲିରୁ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି।