ଭୁବନେଶ୍ୱର: ତଥ୍ୟ ଛାଡୁ ଛାଡୁ ଭୁଲରେ ସୋସିଆଲ ମିଡିଆରେ ପୋଷ୍ଟ ହେଇଗଲା ଅଶ୍ଳୀଳ ବିଷୟବସ୍ତୁ । କାନାଡାର ଏକ ପ୍ରଦେଶରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟର ଆକାଉଣ୍ଟରେ କରୋନା ମହାମାରୀର ତଥ୍ୟ ଛାଡିବା ପରିବର୍ତ୍ତେ ଅଶ୍ଳୀଳ ବିଷୟବସ୍ତୁ ପୋଷ୍ଟ ହୋଇଯାଇଥିଲା।
ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧୪ ରେ, କାନାଡାର କ୍ୟୁବେକ (Québec, Canada) ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟରରେ ଏପରି ଏକ ଜିନିଷ ପୋଷ୍ଟ କରିଥିଲା, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ବିଭାଗ କୋଭିଡ -୧୯ ସହ ଜଡିତ କିଛି ତଥ୍ୟ ପୋଷ୍ଟ କରିବାକୁ ଯାଉଥିଲା କିନ୍ତୁ ଭୁଲରେ ଅଶ୍ଳୀଳ ବିଷୟବସ୍ତୁ ଲିଙ୍କକୁ ସେୟାର କରିଥିଲା, ଯାହାକୁ ନେଇ ବିବାଦ ଦେଖାଦେଇଥିଲା।
କ୍ୟୁବେକର ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟରରେ ୧ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି। ପ୍ରାୟ ଅଧ ଘଣ୍ଟା ପରେ ବିଭାଗ ଏହି ଭୁଲ ବିଷୟରେ ଜାଣିବାକୁ ପାଇଲା ଏବଂ ତୁରନ୍ତ ଲିଙ୍କକୁ ଟ୍ୱିଟରରୁ ଡିଲିଟ କରିଥିଲା । ଏମିତି ଭୁଲ ପାଇଁ ଶେଷରେ ବିଭାଗ ପକ୍ଷରୁ କ୍ଷମା ମଧ୍ୟ ମାଗିବାକୁ ପଡିଥିଲା ।