ଭୁବନେଶ୍ୱର : ଯଦି ଆପଣ ଉତ୍ତରପ୍ରଦେଶର ନୋଏଡାରେ ରୁହନ୍ତି ଏବଂ ଏପର୍ଯ୍ୟନ୍ତ ଆପଣଙ୍କ କାର କିମ୍ବା ଦୁଇ ଚକିଆ ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (HSRP) ସ୍ଥାପନ କରିନାହାଁନ୍ତି, ତେବେ ଆପଣଙ୍କୁ ପଡିପାରେ ମହଙ୍ଗା । ପକେଟରୁ କଟି ପାରେ ମୋଟା ଅଙ୍କର ଜରିମାନା ।
ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଏପର୍ଯ୍ୟନ୍ତ ହୋଇଥିବା ତଥ୍ୟ ଅନୁଯାୟୀ, ୫୦ ପ୍ରତିଶତ ଗାଡିରେ ମଧ୍ୟ HSRP ନମ୍ବର ପ୍ଲେଟ ଲଗାଯାଇ ନାହିଁ। ଜିଲ୍ଲାରେ ପ୍ରାୟ ୭.୫ ଲକ୍ଷ ଯାନ ପଞ୍ଜିକୃତ ହୋଇଛି । ଗୌତମ ବୁଦ୍ଧ ନାଗର ଜିଲ୍ଲାର ଯାନବାହାନ ମାଲିକମାନେ HSRP ଉପରେ ଗମ୍ଭୀରତା ଦେଖାଉ ନାହାଁନ୍ତି, ତେଣୁ ଏପ୍ରିଲ ୧୫ ପରେ HSRP ବିନା ଯାନବାହାନ ପାଇଁ ଜିଲ୍ଲା ପ୍ରଶାସନ ଜୋରିମାନା ବାବଦକୁ ୫୫୦୦ ଟଙ୍କା ଘୋଷଣା କରିଛି।
HSRP ହେଉଛି ଏକ ହୋଲଗ୍ରାମ ଷ୍ଟିକର୍, ଯେଉଁଥିରେ ଯାନର ଇଞ୍ଜିନ ଏବଂ ଖାସ୍ ନମ୍ବର ପ୍ରବେଶ କରାଯାଇଥାଏ ଏବଂ ଏହା ଗାଡିର ନମ୍ବର ପ୍ଲେଟରେ ଲେପନ କରାଯାଇଥାଏ । ଉଚ୍ଚ ସୁରକ୍ଷା ନମ୍ବର ପ୍ଲେଟ୍ ଯାନର ସୁରକ୍ଷା ଏବଂ ସୁବିଧା ପାଇଁ ଡିଜାଇନ୍ କରାଯାଇଛି । ଏହା ଗାଡିରେ ସ୍ୱତନ୍ତ୍ର ଭାବେ ଫିଟ୍ ହୋଇଛି । ଥରେ ନମ୍ବର ପ୍ଲେଟ୍ ଇନଷ୍ଟଲ୍ ହୋଇଗଲେ ଏହାକୁ ସହଜରେ ବାହାର କରାଯାଇପାରିବ ନାହିଁ ।