Maruti Alto: ଏହା ହେଉଛି ମାରୁତିରୁ ସବୁଠାରୁ ଶସ୍ତା କାର୍ । ଯାହାର ଶୋ’ରୁମ୍ ମୂଲ୍ୟ ୩.୨୫ ଲକ୍ଷରୁ ଆରମ୍ଭ ହୋଇ ୪.୯୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଏହା ଉଭୟ ପେଟ୍ରୋଲ ଏବଂ ସିଏନଜି ଭାରିଆଣ୍ଟରେ ଆସିଥାଏ।
ମାରୁତି ଆଲ୍ଟୋରେ ୭୯୬ ସିସି ଇଞ୍ଜିନ୍ ଦିଆଯାଇଛି। ଯାହା ୪୭bhp ଶକ୍ତି ଏବଂ ୬୯Nm ଟର୍କ ସୃଷ୍ଟି କରେ । ଏହି କାର୍ ରେ ୫ ଜଣ ଆରାମରେ ବସି ପାରିବେ ଏବଂ ଏହା ୨୨.୦୫ ରୁ ଅଧିକ ମାଇଲେଜ୍ ଦେଇଥାଏ ।
Maruti S-presso: ଏହି କାର୍ ଟିର ଶୋ’ରୁମ୍ ମୂଲ୍ୟ ୩.୮୫ ଲକ୍ଷରୁ ଆରମ୍ଭ ହୋଇ ୫.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ। ଏହା ଉଭୟ ପେଟ୍ରୋଲ ଏବଂ ସିଏନଜି ଭାରିଆଣ୍ଟରେ ଆସିଥାଏ।
ମାରୁତିର ଏହି କାରରେ ୯୯୮ ସିସି ଇଞ୍ଜିନ୍ ଦିଆଯାଇଛି । ଯାହା 67bhp ର ଶକ୍ତି ଏବଂ 90Nm ର ଟର୍କ ସୃଷ୍ଟି କରେ । ଏହା ଏକ ୫ ସିଟ୍ କାର୍ ଏବଂ ଏହା ୨୧.୫୩ ରୁ ଅଧିକ ମାଇଲେଜ୍ ଦେଇଥାଏ ବୋଲି କମ୍ପାନୀ ଦାବି କରିଛି ।
Datsun redi-GO: ଏହା ହେଉଛି Datsun କମ୍ପାନୀର ସବୁଠାରୁ ଶସ୍ତା କାର । ଯାହାର ଶୋ’ରୁମ୍ ମୂଲ୍ୟ ୩.୯୮ ଲକ୍ଷରୁ ଆରମ୍ଭ ହୋଇ ୪.୯୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।
ଏଥିରେ ୨ ଟି ଇଞ୍ଜିନ୍ ବିକଳ୍ପ ରହିଛି । ଯେଉଁଥିରେ ୭୯୯ ସିସି ଏବଂ ୯୯୯ ସିସି ଇଞ୍ଜିନ୍ ଅନ୍ତର୍ଭୂକ୍ତ କରାଯାଇଛି । ଏହା ଏକ ୫ ସିଟ୍ କାର୍ ଏବଂ ଏହା ୨୦.୭୧ ରୁ ୨୨ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ ବୋଲି କମ୍ପାନୀ ଦାବି କରିଛି ।