ଭୁବନେଶ୍ୱର: ଯଦି ଆପଣ ଏକ ଶସ୍ତା ସନ୍ରୁଫ୍ ଥିବା କାର୍ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଭାରତୀୟ ବଜାରରେ ଏମିତି କିଛି କାର ଅଛି, ଯାହାକି କମ୍ ମୂଲ୍ୟରେ ସନ୍ରୁଫ୍ ପ୍ରଦାନ କରେ । ତେବେ ଆପଣଙ୍କ ପାଇଁ କେଉଁଟା ବେଷ୍ଟ ତାହା ଥରେ ଚେକ କରିନିଅନ୍ତୁ ।
Ford EcoSport
ଫୋର୍ଡ ଇକୋସ୍ପୋର୍ଟ୍ସରେ ସନ୍ରୁଫ୍ ର ବିକଳ୍ପ ମଧ୍ୟ ଦିଆଯାଇଛି। କାରର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୮.୨୦ ଲକ୍ଷ ଟଙ୍କା।
Kia Sonet
କିଆ ସୋନେଟ୍ ହେଉଛି ଏକ SUV କାର୍ । ଏହି ମଡ଼େଲରେ ଆପଣ ସନ୍ରୁଫ୍ ପାଇବେ । ଏହାର ମୂଲ୍ୟ ପ୍ରାୟ ୮.୭୦ ଲକ୍ଷ ଟଙ୍କା ।
TATA Nexon
ଟାଟା ନେକ୍ସନ XM (S) ର ସନ୍ରୁଫ୍ ଅଛି । ଏହାର ମୂଲ୍ୟ ପ୍ରାୟ ୮.୮୬ ଲକ୍ଷ ଟଙ୍କା ।
Hyundai i20
ପୁରୁଣା ହୁଣ୍ଡାଇ i20 ର ସନ୍ରୁଫ୍ ନଥିଲା । କିନ୍ତୁ ନୂତନ ହୁଣ୍ଡାଇ i20 ରେ ସନ୍ରୁଫ୍ ପ୍ରଦାନ କରାଯାଇଛି । ହୁଣ୍ଡାଇ i20 ର ମୂଲ୍ୟ ପ୍ରାୟ ୯ .୪ ଲକ୍ଷ ଟଙ୍କା ।
Mahindra XUV300
ମହିନ୍ଦ୍ରା XUV300 ହେଉଛି ଏକ SUV କାର । ଅପଡେଟ୍ କାରରେ ସନ୍ରୁଫ୍ ଦିଆଯାଇଛି । ଏହି କାରର ମୂଲ୍ୟ ପ୍ରାୟ ୯.୯ ଲକ୍ଷ ଟଙ୍କା ।