ଭୁବନେଶ୍ୱର: ଖୋର୍ଦ୍ଧା ବେଗୁନିଆ ମାନସ ଦାସ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ ଖୋଲିବାରେ ଲାଗିଛି । ମାନସ ଦାସଙ୍କ ମାନବବାଦ ସଂଗଠନରେ ସାମିଲ ନହୋଇ ଏବେ ଗାଁରୁ ତଡ଼ା ଖାଇଛନ୍ତି ୬ ପରିବାର । ରମେଶ ନାୟକ,ସାଧୁ ନାୟକ,ଡମ୍ବରୁ ପ୍ରଧାନ,ଯୋଗୀ ପ୍ରଧାନ,ସର୍ବେଶ୍ୱର ପ୍ରଧାନ ଏବଂ ଭିମ ପ୍ରଧାନଙ୍କ ପରିବାର ଏବେ ଗାଁ ବାହାରେ ରହୁଛନ୍ତି । ସେମାନେ ହିଁ ବୟାନ କରିଛନ୍ତି ମାନବବାଦ ସଂଗଠନର ଗୁମର କଥା ।
ସେହିଭଳି ଏହି ମାନବବାଦ ସଂଗଠନର ଆଇନକୁ ଯିଏ ନ ମାନିବ ତାକୁ ଏଭଳି କଷ୍ଟ ଭୋଗିବାକୁ ପଡେ ବୋଲି କହିଛନ୍ତି ପୀଡିତ ପରିବାର । ସେପଟେ ଏହି ସଂଗଠନ ର ନିୟମ ହେଉଛି ମହିଳା ମାନେ ଶଙ୍ଖା କି ସିନ୍ଦୁର ଲଗାଇବେନି,ଠାକୁର ଙ୍କୁ ମାନିବେନି, ବିବାହ ହେବନି,ଯିଏ ମୃତ୍ୟୁ ବରଣ କରିବ ସେମାନଙ୍କ ପରିବାର ସୁଧୀ ହେବେନି । ଏଭଳି ଅନେକ ପ୍ରକାରର ନିର୍ଯାତନା ଦେବା ପରେ ଶେଷରେ ଗାଁ ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ଏହି ପୀଡିତ ପରିବାର ।
କିଛିଦିନ ତଳେ ବାପ ଓ ପୁଅଙ୍କୁ କିଛି ଯୁବକ ଏକ ବନ୍ଦ କୋଠରୀରେ ଭୀଷଣ ମାଡ଼ ମାରୁଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବେଗୁନିଆ ଥାନା ପୋଲିସ ସାତ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ପରେ ମାଗୁଣୀ ନାୟକ ନିଜେ ଅଭିଯୋଗ କରିବା ପରେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କ ସମେତ ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।