ଭୁବନେଶ୍ୱର: ଅଧିକାଂଶ ଲୋକ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରନ୍ତି । ହେଲେ ଆପଣ ଏପରି ଖବର ଅନେକ ଥର ଶୁଣିଥିବେ ଯେ ନଗଦ ଟଙ୍କା ଉଠାଇବା ସମୟରେ ଟଙ୍କା ଏଟିଏମରେ ଅଟକି ଯାଏ ବୋଲି । ଏଭଳି ପରିସ୍ଥିତିରେ ଅନେକ ଲୋକ ଉପାୟଶୂନ୍ୟ ହୋଇ ପୁନର୍ବାର ଏଟିଏମ ମେସିନରୁ ଟଙ୍କା ଉଠାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ଏଭଳି ପରିସ୍ଥିତିରେ ଏମିତି କରିବା ଠିକ ନୁହେଁ।
ଆରବିଆଇର ନିୟମ ଅନୁଯାୟୀ, ଯଦିଓ ଆକାଉଣ୍ଟଧାରୀ ତାଙ୍କ ବ୍ୟାଙ୍କ ଏଟିଏମ କିମ୍ବା ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାରକୁ ଆସେ ନାହିଁ କିନ୍ତୁ ଆକାଉଣ୍ଟରୁ ଟଙ୍କା କଟିଯାଏ, ତେବେ ଏପରି ପରିସ୍ଥିତିରେ ନିକଟସ୍ଥ ଶାଖା ସହିତ ଯୋଗାଯୋଗ କରନ୍ତୁ । ଯଦି ବ୍ୟାଙ୍କ ବନ୍ଦ ଅଛି, ତେବେ ବ୍ୟାଙ୍କର କଷ୍ଟମର କ୍ୟାୟରକୁ କଲ କରି ସମସ୍ୟା ବିଷୟରେ ସୂଚନା ଦିଅନ୍ତୁ । ଆପଣଙ୍କର ଅଭିଯୋଗ ପଞ୍ଜିକୃତ ହେବ। ବ୍ୟାଙ୍କ ଏଥିପାଇଁ ଏକ ସପ୍ତାହ ସମୟ ପାଇବ।
ଏଟିଏମରୁ ଟଙ୍କା ଉଠାଇବା ବେଳେ ଆପଣଙ୍କୁ ଏହାର ସ୍ଲିପ୍ ରଖିବାକୁ ପଡିବ। ତେଣୁ ସ୍ଲିପ୍ ବାହାର କରିବାକୁ ଭୁଲନ୍ତୁ ନାହିଁ । କାରବାର ସ୍ଲିପ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ବ୍ୟାଙ୍କରୁ ଏଟିଏମ୍ ଆଇଡି, ଅବସ୍ଥାନ, ସମୟ ଏବଂ ପ୍ରତିକ୍ରିୟା କୋଡ୍ ପ୍ରିଣ୍ଟ କରେ।
ଏପରି ପରିସ୍ଥିତିରେ ବ୍ୟାଙ୍କକୁ ୭ ଦିନ ମଧ୍ୟରେ ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରିବାକୁ ପଡିବ। ଯଦି ଏକ ସପ୍ତାହ ମଧ୍ୟରେ ବ୍ୟାଙ୍କ ଆପଣଙ୍କ ଟଙ୍କା ଫେରସ୍ତ ନକରେ, ତେବେ ବ୍ୟାଙ୍କ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଟଙ୍କା ଦେବାକୁ ପଡିବ ।