ଭୁବନେଶ୍ୱର: ରାସ୍ତାରେ ଗାଡି ଚଲେଇବା ସମୟରେ ଟ୍ରାଫିକ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଟ୍ରାଫିକ୍ ନିୟମ ମାନନ୍ତି ନାହିଁ ତେବେ ଆପଣଙ୍କର ମୋଟା ଅଙ୍କର ଚାଲାଣ କଟିପାରେ। ଆଜି ଆମେ ଆପଣଙ୍କୁ ଏପରି ଏକ ଟ୍ରାଫିକ୍ ନିୟମ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ।
ରାସ୍ତାରେ ଯାଉଥିବା ବେଳେ ଗାଡି ଡ୍ରାଇଭର ଜରୁରୀକାଳୀନ ଗାଡିକୁ ବାଟ ଛାଡିବା ବାଧ୍ୟତାମୂଳକ ଅଟେ । ଯଦି ସେ ତାହା ନକରନ୍ତି, ତା’ହେଲେ ତାଙ୍କୁ ଜୋରିମାନା ଦେବାକୁ ପଡିପାରେ ।
ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଗାଡିକୁ ରାସ୍ତା ଦେବା ଆବଶ୍ୟକ । ଯଦି ଆପଣ ଏହା ନକରନ୍ତି, ତେବେ ମୋଟର ଯାନ (ସଂଶୋଧନ) ଅଧିନିୟମ, ୨୦୧୯ ଅନୁଯାୟୀ, ମୋଟର ଚାଳକମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ । ପୋଲିସ ଏବଂ ମୋଟର ଯାନ ବିଭାଗର ସହକାରୀ ଇନ୍ସପେକ୍ଟରମାନେ ଜରିମାନା ଆଦାୟ କରିପାରିବେ। ତେଣୁ ରାସ୍ତାରେ ଯାଉଥିବା ବେଳେ ଭୁଲରେ ଏହି ନିୟମକୁ ଉଲ୍ଲଂଘନ କରନ୍ତୁ ନାହିଁ।