ଭୁବନେଶ୍ୱର: କେବେ ଶୁଣିଛନ୍ତି ଯେ,କାର୍ ବି ନିଜର ରଙ୍ଗ ବଦଳେଇପାରେ ବୋଲି । BMW ଏଭଳି ଏକ କାର୍ ନିର୍ମାଣ କରିଛି ଯାହାକି ଗୋଟିଏ ବଟନ୍ ଦବାଇବା ମାତ୍ରେ ରଙ୍ଗ ବଦଳାଇଥାଏ । ଏହା ସହିତ ଏଥିରେ ଇଲେକ୍ଟ୍ରୋଫୋରେଟିକ୍ ଟେକ୍ନୋଲୋଜି ଦିଆଯାଇଛି ଯେଉଁଥିରେ କାର୍ ର ରଙ୍ଗ କଳାରୁ ଧଳା କିମ୍ବା ମିଶ୍ରିତ ହୋଇପାରେ । ୨୦୨୧ iX ଇଲେକ୍ଟ୍ରିକ SUV ଉପରେ ଆଧାରିତ ନୂତନ iX ଫ୍ଲୋ BMW ଦ୍ୱାରା ଉପସ୍ଥାପିତ ହୋଇଛି । ତାପମାତ୍ରା ଅନୁଯାୟୀ, ଏହି କାର୍ ର ରଙ୍ଗ ମଧ୍ୟ ହାଲୁକା ହୋଇଯାଏ, ଯେଉଁଥିପାଇଁ କ୍ୟାବିନରେ ସୃଷ୍ଟି ହେଉଥିବା ଉତ୍ତାପକୁ ନିୟନ୍ତ୍ରଣ କରିପାରେ ।
ଏହି କାର୍ ଟି ୧୧୧.୭ kW-R ବ୍ୟାଟେରୀ ପ୍ୟାକ୍ ଦ୍ୱାରା ଚାଳିତ ଯାହାକି ୨୪୦ କିଲୋୱାଟ ଉତ୍ପାଦନ କରିଥାଏ, ଯାହାକି ସମୁଦାୟ ଶକ୍ତି ୩୨୬ Bhp ଏବଂ ୬୩୦ Nm ଶିଖର ଟର୍କ ଉତ୍ପନ କରିଥାଏ । ଗୋଟିଏ ଚାର୍ଜରେ ଏସୟୁଭି ଟି ୫୨୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । କାର୍ ର କ୍ୟାବିନ ବହୁତ ବିଳାସପୂର୍ଣ୍ଣ ହୋଇଛି ଏବଂ ଗିଅର ବଦଳାଇବା ପାଇଁ ଏଥିରେ ଏକ ରକେଟ୍ ସୁଇଚ୍ ମଧ୍ୟ ଦିଆଯାଇଛି । ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ବୋଲି କମ୍ପାନୀ ଦାବି କରିଛି ।