ଭୁବନେଶ୍ୱର: ଭାରତରେ ପୁଣିଥରେ ଦେଖିପାରିବେ ଦୁନିଆର ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ବାଘ ଚିତାକୁ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ୮ ଟି ଚିତାକୁ ଛଡାଯିବ। ନାମିବ୍ୟାର ରାଜଧାନୀରୁ ଏହି ଚିତା ଗୁଡିକୁ ଅଣାଯିବ। ୮ ଟି ଚିତା ମଧ୍ୟରୁ ୫ ଟି ମାଇ ଏବଂ ୩ ଟି ଅଣ୍ଡିରା ଚିତା ସାମିଲ ଅଛନ୍ତି । ଏହି ବାଘଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯିବ ।
ବିମାନରେ ଚିତା ବାଘର ଏକ ଚିତ୍ର ଲଗାଯାଇଛି। କୁହାଯାଉଛି ଯେ ଏହି ସ୍ୱତନ୍ତ୍ର ବିମାନ ମାଧ୍ୟମରେ ନାମିବ୍ୟା ରୁ ଜୟପୁରକୁ ପ୍ରଥମ ଚିତା ଅଣାଯିବ। ୧୭ ତାରିଖ ସକାଳରେ ଜୟପୁରରେ ବିମାନଟି ଲ୍ୟାଣ୍ଡିଂ ହେବ ଏବଂ ସେଠାରୁ ହେଲିକପ୍ଟର ଜରିଆରେ କୁନୋ ନ୍ୟାସନାଲ ପାର୍କରେ ଛଡାଯିବ। ନାମିବ୍ୟାରୁ ଅଣାଯାଉଥିବା ୫ ଟି ମାଈ ଓ ୩ ଟି ଅଣ୍ଡିରା ଚିତାଙ୍କୁ ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’ରେ ଛାଡ଼ିବେ।