• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଆଜି ବଡ଼ଦିନ, ସମଗ୍ର ବିଶ୍ୱରେ ବେଶ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଖ୍ରୀଷ୍ଟମାସ ।

Snigdha Chandan DasbySnigdha Chandan Das
December 25, 2020
in Odia

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ମାସ ୨୫ ତାରିଖକୁ ଖ୍ରୀଷ୍ଟମାସ ଭାବେ ବିଶ୍ୱର ଅନେକ ସ୍ଥାନରେ ଅତି ଧୁମଧାମରେ ପାଳନ କରାଯାଏ । ତେବେ ଖ୍ରୀଷ୍ଟମାସକୁ ଭଗବାନ ଯୀଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ । ଖ୍ରୀଷ୍ଟ ଧର୍ମର ଲୋକମାନଙ୍କର ଏହା ସବୁଠୁ ବଡ ପର୍ବ ରୂପେ ବିବେଚିତ । କିନ୍ତୁ ଚଳିତ ବର୍ଷ ମଧ୍ୟ ରାତ୍ରୀରେ ଉତ୍ସବ ପାଳନ ହୋଇନି । ଜିରୋ ନାଇଟ ସେଲିବ୍ରେସନରେ କିଛିଟା କଟକଣା ଜାରି କରାଯାଇଛି ।

କରୋନା କଟକଣା ପାଇଁ କିଛିଟା ଫିକା ପଡ଼ିଯାଇଛି ଏହି ଉତ୍ସବ ପାଳନ । ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ କିଛି ଚର୍ଚ୍ଚରେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରାର୍ଥନା ସହ ବାଇବେଲ୍‌ ପାଠ ହୋଇଥିଲା । ଏମିତିକି ଅଧିକାଂଶ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଉତ୍ସବ ପାଳନ ହୋଇନାହିଁ । ଗତବର୍ଷ ଗୁଡିକ ଭଳି ଚର୍ଚ୍ଚରେ ସାଜସଜ୍ଜା ନାହିଁ କି ଲୋକଙ୍କ ଗହଳି ଚହଳି ମଧ୍ୟ ନାହିଁ । ଏହାକୁ ବଡଦିନ ବୋଲି ମଧ୍ୟ କୁହାଯାଇଥାଏ । କିଛି ଦେଶରେ ଖ୍ରୀଷ୍ଟମାସକୁ ସେଣ୍ଟ ଷ୍ଟିଫେନ୍ସ ଡେ ବୋଲି ମଧ୍ୟ କୁହାଯାଏ । ଏହା ଏପରି ଏକ ପର୍ବ ଯାହାକୁ ପୂରା ବିଶ୍ୱର ଲୋକେ ପାଳନ କରିଥାନ୍ତି । ଡିସେମ୍ବର ୨୫ ତାରିଖରୁ ଆରମ୍ଭ କରି ୧୨ ଦିନ ପର୍ୟ୍ୟନ୍ତ ଖ୍ରୀଷ୍ଟମାସ ଟାଇଡ ଉସ୍ଥବ ପାଳନ କରାଯାଇଥାଏ ।

ଏହି ଉସ୍ଥବରେ ଖ୍ରୀଷ୍ଟ ଧର୍ମର ଲୋକମାନେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ କିଣି ବଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ତିଆରି କରି ବଡ ଜାକଜମକରେ ଏହାକୁ ପାଳନ କରିଥାନ୍ତି । ବଡଦିନରେ ଦୋକାନ ଗୁଡିକର ଆକର୍ଷଣ ବଢିଥାଏ ଏବଂ ଘର ତଥା ଦୋକାନ ଗୁଡିକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରା ଯାଇଥାଏ । ବଡଦିନରେ ଚର୍ଚ୍ଚ ଗୁଡିକୁ ସୁନ୍ଦର ଭାବରେ ସଜାଇବା ସହିତ ସ୍ୱତନ୍ତ୍ର ପ୍ରାର୍ଥନା କରା ଯାଇଥାଏ ଏବଂ ଗୃହ ସମ୍ମୁଖରେ ଖ୍ରୀଷ୍ଟମାସ ଟ୍ରୀ ପ୍ରସ୍ତୁତ କରା ଯାଇଥାଏ ।

ବଡଦିନରେ କେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ କାଟିବା ସହ ପରସ୍ପରକୁ କେକ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି । ସେହିପରି ଖ୍ରୀଷ୍ଟମାସରେ ସାଣ୍ଟା କ୍ଲସର ମଧ୍ୟ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ସାଣ୍ଟା କ୍ଲସ ବିନା ବଡଦିନ ଅଧୁରା ଲାଗେ । ଯେଉଁ ବ୍ୟକ୍ତିମାନଙ୍କଠାରେ ପରୋପକାର ଏବଂ ସାହାଯ୍ୟ ମନୋଭାବ ରହିଛି ସେମାନେ ସାଣ୍ଟା କ୍ଲସର ରୂପ ଧାରଣ କରି ବିଭିନ୍ନ ପ୍ରକାର ଉପହାର ବଣ୍ଟନ କରିଥାନ୍ତି ।

Tags: christmascoronavirus pandemicmidnight Mass
Previous Post

Morocco To Launch Direct Flights With Israel

Next Post

India Logs 23k Covid Cases, 336 Deaths

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

India Logs 23k Covid Cases, 336 Deaths

Christmas Should Be Celebrated As A Spiritual Festival: Archbishop John Barwa

Yogi Pays Tribute To Atal On His Birth Anniversary

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist