ଭୁବନେଶ୍ୱର: ଯୁଦ୍ଧ ପରିସ୍ଥିତି ମଧ୍ୟରେ, ୟୁକ୍ରେନର ପିଲାମାନଙ୍କ ପାଇଁ ଏଭଳି ଶ୍ରେଣୀଗୃହ ପ୍ରସ୍ତୁତ କରାଯାଇଛି, ଯେଉଁଠି ବୋମା ମାଡ କଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ଦେଶର ଭବିଷ୍ୟତ ହେଉଛନ୍ତି ପିଲା। ଦେଶର ବିକାଶ ଏବଂ ପ୍ରଗତି ଏହି ପିଲାମାନଙ୍କ ହାତରେ, ଯେଉଁମାନେ ପରବର୍ତ୍ତୀ ସମୟରେ ବିଭିନ୍ନ କ୍ଷେତ୍ରକୁ ଯାଇ ଦେଶର ଅର୍ଥନୀତି ଏବଂ ଉନ୍ନତି କ୍ଷେତ୍ରରେ ସହଯୋଗ କରନ୍ତି।
ଯୁଦ୍ଧ ସମୟରେ ୟୁକ୍ରେନର ପିଲାମାନଙ୍କ ପାଇଁ ଏଭଳି ଶ୍ରେଣୀଗୃହ ପ୍ରସ୍ତୁତି କରାଯାଇଛି, ଯେଉଁଠାରେ ବୋମା ପଡ଼ିଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହି ମାସରୁ, ପିଲାମାନେ ସେଠାରେ ଥିବା ଏହି ବ୍ଲାଷ୍ଟ ପ୍ରୁଫ୍ କ୍ଲାସକୁ ଆସିବା ଆରମ୍ଭ କରିଛନ୍ତି ।
ସ୍କୁଲରେ ପିଲାମାନଙ୍କ ପାଇଁ ଡେସ୍କ, ଖେଳନା ଏବଂ କମ୍ବଳର ମଧ୍ୟ ବ୍ୟବସ୍ଥା କରାଯାଇଛି । ରୁଷର ଆକ୍ରମଣ ପରେ ୟୁକ୍ରେନର ବିଦ୍ୟାଳୟଗୁଡ଼ିକ ବେଶ ପ୍ରଭାବିତ ହୋଇଥିଲେ। ଯାହାକୁ ଦୃଷ୍ଟିରେ ରଖି ଏଭଳି ସ୍କୁଲ ନିର୍ମାଣ କରାଯାଇଛି ।
ଯୁଦ୍ଧ ସମୟରେ ହୋଇଥିବା ବିସ୍ଫୋରଣରେ ଅନେକ ବିଦ୍ୟାଳୟ ନଷ୍ଟ ହୋଇଯାଇଥିଲା। ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ବଙ୍କର ଭିତରେ ରଙ୍ଗୀନ ପୋଷ୍ଟର ମଧ୍ୟ ରଖାଯାଇଛି। ଶ୍ରେଣୀଗୃହ ଭିତରେ ଷ୍ଟେସନାରୀ ଏବଂ ଖେଳନା ମଧ୍ୟ ରହିଛି, ଯାହା ପିଲାମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ଆହୁରି ଉତ୍ସାହିତ କରିବ ।