ଭୁବନେଶ୍ୱର: ନିଜ ଜୀବନକୁ ବାଜିରେ ଲଗାଇ ମାଲିକ ଜୀବନ ବଞ୍ଚେଇଦେଲା ପୋଷା ବିଲେଇ । ଘରେ ପଶିଥିବା ବିଷଧର ସାପକୁ ଜଗିବସିଲା । ବିଲେଇ କୁ ଦେଖି ସାପ ନିଜର ଫଣା ଟେକି ଭୟଭୀତ କରିବାକୁ ଉଦ୍ୟମ କରୁଥିଲା । ହେଲେ ବିଲେଇ ଡରି ନ ଯାଇ ସାପକୁ ସେମିତି ଜଗି ବସିଥିଲା । ପୋଷା ବିଲେଇର ଏଭଳି ସାହାସିକତା ପାଇଁ କାହାର କୌଣସି କ୍ଷତି ହୋଇନି।
ବାସ୍ତବରେ, ଛତିଶଗଡ଼ କୋରବା ଜିଲ୍ଲା ରାମପୁର ଅଞ୍ଚଳର ବାସିନ୍ଦା ରାଜେଶ ବରଭେଙ୍କ ସମସ୍ତ ପରିବାର ସବୁଦିନ ପରି ନିଜ ନିଜ କାମରେ ବ୍ୟସ୍ତ ଥିଲେ । ହଠାତ୍ ସେମାନଙ୍କ ପୋଷା ବିଲେଇ କୋଠରୀରେ ରଖାଯାଇଥିବା ଜୋତା ଷ୍ଟାଣ୍ଡ ନିକଟରେ ଠିଆ ହୋଇ କାହାକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା । ବିଲେଇର ଏଭଳି ପ୍ରତିକ୍ରିୟାରୁ ପରିବାର ସଦସ୍ୟ ଜାଣିବାକୁ ପାଇଲେ ଯେ ଜୋତା ଷ୍ଟାଣ୍ଡରେ ଗୋଟିଏ ସାପ ରହିଛି, କାରଣ ଏହା ପୂର୍ବରୁ ମଧ୍ୟ ଅନେକ ଥର ନାଗ ସାପ ସେମାନଙ୍କ ଘରେ ପ୍ରବେଶ କରିଥିଲା।
ପରିବାର ସଦସ୍ୟ ବୁଝିସାରିଥିଲେ ଯେ ଜୋତା ଏବଂ ଚପଲ ଗଦା ପଛରେ ଗୋଟିଏ ସାପ ରହିଛି, କିନ୍ତୁ ଅନ୍ଧାର ହୋଇଥିବାରୁ ସାପଟି ସ୍ପଷ୍ଟ ଦେଖାଯାଉନଥିଲା । ଏନେଇ ପରିବାର ଲୋକେ ତୁରନ୍ତ ସାପ ଉଦ୍ଧାରକାରୀ ଦଳଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ କିଛି ସମୟ ପରେ ସାପ ଉଦ୍ଧାରକାରୀ ଦଳ ରାଜେଶଙ୍କ ଘରେ ପହଞ୍ଚିଥିଲେ।
ଯେତେବେଳେ ସାପକୁ ଉଦ୍ଧାର କରାଯାଉଥିଲା, ସେତେବେଳେ କଲା ନାଗ ଉଦ୍ଧାରକାରୀ ଦଳଙ୍କ ଉପରେ କ୍ରମାଗତ ଭାବରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଶେଷର ଜୋତା ଷ୍ଟାଣ୍ଡରେ ଲୁଚି ରହିଥିବା କଳା ନାଗ ସାପକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ରାଜେଶ ବରଭେଙ୍କ ପତ୍ନୀ ଅନୀତା ବରଭେ କହିଛନ୍ତି ଯେ ନାଗ,ଢମଣା ସାପ ସେମାନଙ୍କ ଘରେ ଅନେକ ଥର ପ୍ରବେଶ କରିଛନ୍ତି କିନ୍ତୁ ପୋଷା ବିଲେଇ କାରଣରୁ ଆମ ଜୀବନ ବଞ୍ଚିଛି।