ଭୁବନେଶ୍ୱର : ଶେଷରେ ହାତଯୋଡ଼ି କ୍ଷମା ମାଗିଲେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ । ଭାରତୀ ସିଂହ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହା ସହ ସେ ଶିଖ ସମ୍ପ୍ରଦାୟକୁ କ୍ଷମା ମାଗିଛନ୍ତି।
ବାସ୍ତବରେ ଭାରତୀ ସିଂହଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜସ୍ମିନ ଭାସିନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଭାରତୀ ଦାଢ଼ି ଏବଂ ନିଶ ବିଷୟରେ ଥଟ୍ଟା କରୁଥିବାର ନଜର ଆସିଥିଲେ। ଶିଖ ସମ୍ପ୍ରଦାୟ ଏହି ପରିହାସକୁ ପସନ୍ଦ କରିନଥିଲେ ଏବଂ ଭାରତୀ ସିଂହଙ୍କୁ ସମାଲୋଚନା କରିଥିଲେ ।
View this post on Instagram
ଏହା ପରେ ଭାରତୀ ସିଂହ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ସେଥିରେ କହିଛନ୍ତି ଯେ, ‘ମୁଁ ମୋର ବନ୍ଧୁଙ୍କ ସହ କମେଡି କରୁଥିଲି । କିନ୍ତୁ ଯଦି ମୋର ଏହି କମେଡି ଦ୍ୱାରା କୌଣସି ଧର୍ମ କିମ୍ବା ଜାତିର ଲୋକ ଆଘାତ ପାଇଛନ୍ତି, ତେବେ ମୁଁ କ୍ଷମା ମାଗୁଛି । ମୁଁ ନିଜେ ପଞ୍ଜାବୀ ଏବଂ ମୁଁ ଅମୃତସରରେ ଜନ୍ମଗ୍ରହଣ କରିଛି । ମୁଁ ପଞ୍ଜାବର ଗର୍ବ ବଜାୟ ରଖିବି ଏବଂ ମୁଁ ଜଣେ ପଞ୍ଜାବୀ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି ।