ଭୁବନେଶ୍ୱର: ଟ୍ରାଫିକ କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ଜଣେ ଖାଦ୍ୟ ବିତରଣ କରୁଥିବା ବାଳକକୁ ଚାପୁଡ଼ା ମାରିବା। ଅଭିଯୋଗ ପରେ ଟ୍ରାଫିକ କନଷ୍ଟେବଳଙ୍କୁ ସହରର ପୋଲିସ କଣ୍ଟ୍ରୋଲ ରୁମକୁ ବଦଳି କରାଯାଇଛି। ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାଫିକ କନଷ୍ଟେବଳ ରାସ୍ତା କଡରେ ଠିଆ ହୋଇଥିବା ଏକ ସ୍ଵିଗି ଡେଲିଭରି ବୟଙ୍କୁ ଚାପୁଡ଼ା ମାରୁଥିବାର ଦେଖିବାକୁ ପାଇବେ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ସ୍ଵିଗି ଡେଲିଭରି ବଏ ମୋହନସୁନ୍ଦରାମ ରାସ୍ତାରେ ଯାଉଥିବା ବେଳେ ଦେଖିଲେ ଯେ ଏକ ଘରୋଇ ସ୍କୁଲ ବସ୍ ଡ୍ରାଇଭର ବେପରୁଆ ଭାବରେ ଗାଡି ଚଳାଉଛି। ବ୍ୟସ୍ତ ବହୁଳ ରାସ୍ତାରେ ବସ୍ ଟି ଦୁଇ ଚକିଆ ଯାନ ଏବଂ ଯାତ୍ରୀଙ୍କୁ ଧକ୍କା ଦେବାକୁ ଯାଉଥିଲା। ଯାହାକୁ ନେଇ ମୋହନସୁନ୍ଦରାମ ବସ୍ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିଥିଲେ । ଯାହାଫଳରେ ସେଠାରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା।
“This happened yesterday evening at the fun mall signal and there was a slight traffic block due to this delivery boy and all of a sudden this Cop Started beating up the Delivery person ”
. #welovecovai
.
? IG : FB :TW @WELOVECOVAI
.#coimbatore #delivery #deliveryboy #traffic pic.twitter.com/OBEwmghc1R— We Love Covai ❤️ (@welovecovai) June 4, 2022
ଠିକ ଏହି ସମୟରେ ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ କନଷ୍ଟେବଳ ଆସି କିଛି ବୁଝିବା ଆଗରୁ ଖାଦ୍ୟ ଯୋଗାଣ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ସହ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଏହି ଘଟଣାକୁ ଜଣେ ଯାତ୍ରୀ ତାଙ୍କ ମୋବାଇଲ ଫୋନରେ ସୁଟିଂ କରିଥିଲେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।