Odia

ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲା : ଡିସିପି କହିଲେ, ପୋଲିସ ସହ ୨ ସାମ୍ୱାଦିକ ନାମରେ ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ନାବାଳିକାଙ୍କୁ ଦୁଷ୍କର୍ମ । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ । ୨ ପୋଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହା ସହ ରାଜ୍ୟର ପ୍ରତିଷ୍ଠିତ ବୈଦ୍ୟୁତିକ ଗଣମାଧ୍ୟମର ୨ ପ୍ରତିନିଧିଙ୍କ ନାଁରେ ବି ଥାନାରେ ଅଭିଯୋଗ ହୋଇଛି ।

ଗୁରୁତ୍ବ ଦୃଷ୍ଟିରୁ ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଉକ୍ତ ନାବାଳିକାଙ୍କର ବୟାନ ରେକର୍ଡ ହୋଇଛି । ଏହି ଘଟଣାର ତଦନ୍ତ କରୁଛି ICW ର ସମନ୍ବିତ ୟୁନିଟ । ଅଗଷ୍ଟ ୩୦ ରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହୋଇଥିଲା ।

ମାର୍ଚ ଓ ଏପ୍ରିଲ ମାସରେ ୪ ଜଣ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୨ ମାସ ତଳେ ଏହି ଘଟଣା ଘଟିଥିଲେ ମଧ୍ୟ ଏହି ଘଟଣା ପଦାକୁ ଆସିଛି । ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ମହିଳା ପୁଲିସ ଏକ ମାମଲା ରୁଜୁ କରିଛି ।

ମହିଳା ଥାନା ଆଇଆଇସି ଘଟଣାର ତଦନ୍ତ କରୁଥିବା ବେଳେ ଭୁବନେଶ୍ୱର ଡିସିପି ଉମାସଙ୍କର ଦାସ ମାମଲାର ତଦାରଖ କରୁଛନ୍ତି । ମହିଳା ଥାନା ପୁଲିସ ପୀଡିତା ନାବାଳିକାଙ୍କର ଡାକ୍ତରୀ ମାଇନା କରିବା ସହ ସିଆରପିସି ଧାରା 161 ଅନୁସାରେ ନବଳିକାଙ୍କର ବୟାନ ରେକର୍ଡ କରାଯାଇଛି । ତେବେ ଏହି ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି ।

Tags

Related Articles

Back to top button
Close