Odia

ଅଣାୟତ ହେଉଛି କରୋନା : ବଢୁଛି ପଜିଟିଭ ଆଉ ମୃତକଙ୍କ ସଂଖ୍ୟା, ଜାଣନ୍ତୁ ରାଜ୍ୟରେ କେତେ ?

ଭୁବନେଶ୍ୱର: କୋରନା ଭାଇରସ କାରଣରୁ ଲଗାତର କିଛି ଦିନ ହେବ ଓଡିଶlରେ ମୃତୁ ସଂଖ୍ୟା ବଢି ବଢି ଚାଲିଛି l ଆଜି ଓଡ଼ିଶାରେ ସାତ ଜଣଙ୍କର କୋରନାରେ ମୃତ୍ୟୁ ହୋଇଛି l ଯେଉଁଥିରେ ମୃତ୍ୟୁ ସଂଖ୍ୟା ୧୫୪ କୁ ପହଞ୍ଚିଛି । ମୃତ ତାଲିକାରେ ଭୁବନେଶ୍ୱରର ଜଣେ ପାଞ୍ଚ ବର୍ଷର ବାଳକ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାୟାଗଡା ଦୁଇଟି ମୃତ୍ୟୁ ହୋଇଥିବାବେଳେ କଟକ ଏବଂ ଭୁବନେଶ୍ୱରରେ ଗୋଟିଏ ମୃତ୍ୟୁ ପଞ୍ଜିକୃତ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା ସାତଟି COVID19 ମୃତ୍ୟୁର ବିବରଣୀ ଆମେ ପ୍ରଦାନ କରୁଛୁ । ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ। ରାୟାଗଡା ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ। ରାୟାଗଡା ଜିଲ୍ଲାର ଜଣେ ୩୧ ବର୍ଷ ବୟସ୍କ ପୁରୁଷଙ୍କର ମୃତୁ ହୋଇଛି ।

ଗଞ୍ଜାମ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ କଟକ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏକି ବ୍ରୋଙ୍କିଆଲ୍ ଆଜମା ଏବଂ ଡାଇବେଟିସ୍ ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ । ଭୁବନେଶ୍ୱରର ୫ ବର୍ଷର ପୁରୁଷ ସନ୍ତାନ ଯିଏ ଥିଲେ ସେରେବ୍ରାଲ୍ ପାଲସି ରୋଗରେ ପୀଡିତ ତାଙ୍କର ଆଜି କୋରନା ରେ ମୃତୁ ହୋଇଛି ।

ବାଲେଶ୍ୱର ଜିଲ୍ଲାର ୧୬ ବର୍ଷୀୟ କୋଭିଡ ପଜିଟିଭ ମହିଳାଙ୍କ ମୃତ୍ୟୁ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସୂଚନା ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପ୍ରାୟ ୧୨୨୫ ଟି ନୂତନ କରୋନାଭାଇରସ୍ ମାମଲା ଚିହ୍ନଟ ହୋଇଥିଲା, ଯାହା ମୋଟ ପଜିଟିଭ୍ ୨୮୧୦୭ ସଂଖ୍ୟାରେ ପହଂଚିଛି ।

ଗଞ୍ଜାମ ଜିଲ୍ଲା ସର୍ବାଧିକ ୩୩୨ ଟି ଏବଂ ଖୋର୍ଦ୍ଧା ରେ ୩୨୨ ଟି ପଜିଟିଭ୍ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଗଜପତିରେ ୮୯ ଟି ଆକ୍ରାନ୍ତ ଚିନ୍ହଟ ହୋଇଥିବାବେଳେ କେଉଁଝର , କୋରାପୁଟ ଏବଂ କଟକ ଯଥାକ୍ରମେ ୭୭, ୭୩ ଏବଂ ୬୦ ଟି ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ।

Tags

Related Articles

Back to top button
Close