ମଦ ପାଇଁ ନୂଆ ନିୟମ, କିଣିବା ପୂର୍ବରୁ ଦେଖାଇବାକୁ ପଡିବ ଟୀକାକରଣର ପ୍ରମାଣପତ୍ର

ଭୁବନେଶ୍ୱର : କେବଳ କରୋନା ଟିକା ନେଇଥିବା ଲୋକମାନେ ହିଁ ମଦ କିଣି ପାରିବେ। ତାମିଲନାଡୁର ନୀଳଗିରି ଜିଲ୍ଲାରେ ଅଧିକାରୀମାନେ ଏହି ନିୟମ ଲାଗୁ କରିଛନ୍ତି। ନୀଳଗିରିର ବାସିନ୍ଦାମାନେ ଯଦି ସରକାରୀ ଦୋକାନରୁ ମଦ କିଣିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପ୍ରଥମେ କରୋନା ଟିକାକୁ ଉଭୟ ଡୋଜର ପ୍ରମାଣପତ୍ର ଦେଖାଇବାକୁ ପଡିବ ।

ଟୀକାକରଣ କୁ ନେଇ ଏଠାରେ ଲୋକଙ୍କୁ ଗୁଜବ ଏବଂ ଭୁଲ ତଥ୍ୟ ଦିଆଯାଇଛି । ଏହାକୁ ଦୂର କରିବା ପାଇଁ ଅଧିକାରୀମାନେ ଟୀକାକରଣ ବିଷୟରେ ଏକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ। ଟୀକାକରଣ କରିବା ଏବଂ ଏହି ମିଶନର ଏକ ଅଂଶ ହେବା ପାଇଁ ଲୋକଙ୍କୁ ଏକ ନିବେଦନ କରାଯାଇଥିଲା। କିନ୍ତୁ ଲୋକମାନେ ଟୀକା ନେବାକୁ ରାଜି ହେଉନାହାନ୍ତି । କିଛି ଲୋକ କହିଛନ୍ତି ଯେ ଗାଁର ଅଧିକାଂଶ ଲୋକ ମଦ୍ୟପାନ କରନ୍ତି ସଥିପାଇଁ ଟିକା ନେବାକୁ ଭୟ କରୁଛନ୍ତି। ସେନେଇ ନିଷ୍ପତ୍ତି ନିଆଯାଇଛି ଯେ ଯିଏ ମଦ୍ୟପାନ କରିବାକୁ ଚାହାନ୍ତି , ସେମାନେ ଟୀକାକରଣର ପ୍ରମାଣପତ୍ର ଦଖାଇବାକୁ ପଡିବ ।